କଟକ: ଡେଙ୍ଗୁ ରୋଗ ଅଣାୟତ୍ତ ହୋଇପଡ଼ିଛି। କଟକ ବଡମେଡିକାଲରେ ବୁଧବାର ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ବିରଞ୍ଚି ମାହାନାଙ୍କ ଘର କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳର ନୁଆପାଟଣା ଗ୍ରାମ ବୋଲି ଜଣାପଡ଼ିଛି। ଡେଙ୍ଗୁ ରୋଗର ଶିକାର ହେବା ପରେ ବିରଞ୍ଚିଙ୍କୁ ଗତ ସେପ୍ଟେମ୍ବର ୨୭ରେ ଏସସିବିର ଡେଙ୍ଗୁ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଡେଙ୍ଗୁ ରୋଗ ଦିନକୁ ଦିନ ଅଧିକ ଭୟଙ୍କର ହୋଇପଡ଼ିଛି। ଏଠାରେ ଏହି ରୋଗ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇ ସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/scbm-1.jpg)