ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜାରେ ଆଉ ଜଣେ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଥିବାର ଖବର ମିଳିଛି। ମୃତକଜଣକ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗାଁର ବୋଲି ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ହଇଜାରେ ମୋଟ୍ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ଘଟିଛି। ଏବେ ମଧ୍ୟ ୩ଟି ଡାକ୍ତରଖାନାରେ ୪୮ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, କାଶୀପୁରରେ ଘାତକ ହେବାରେ ଲାଗିଛି ଭିବ୍ରିଓ କଲେରା। ବ୍ଲକର ୨୮ ପଞ୍ଚାୟତରୁ ୬ ପଞ୍ଚାୟତକୁ ବ୍ୟାପିଲାଣି ଏହି ମାରାତ୍ମକ ଭୂତାଣୁ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବ୍ୟାପୁଥିବା ବେଳେ ଗତ ସୋମବାର ରାତିରେ ଆଉ ଏକ ମୁଣ୍ଡ ନେଇଥିଲା କଲେରା। ନକଟିଗୁଡ଼ା ପଞ୍ଚାୟତ ସାନମାଟିକଣା ଗ୍ରାମର ଡାଲମି ମାଝି (୬୦)ଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିଲା। ତେଣେ ଆକ୍ରାନ୍ତଙ୍କ ସଂଖ୍ୟା ୯୬କୁ ଛୁଇଁଥିଲା। ସେମାନଙ୍କ ମଧ୍ୟରୁ ୪୭ ମେଡ଼ିକାଲରେ, ୪୧ ଜଣଙ୍କ ଚିକିତ୍ସା ଘରେ ଗ୍ରାମାଞ୍ଚଳ ମେଡ଼ିକାଲ୍ ଟିମ୍ ଦ୍ବାରା ଚାଲିଥିଲା। ଜଣେ ଆକ୍ରାନ୍ତଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
କାଶୀପୁରରେ ହଇଜାରେ ଆଉ ଜଣେ ଆକ୍ରାନ୍ତଙ୍କ ପ୍ରାଣହାନି, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି
/sambad/media/post_attachments/wp-content/uploads/2022/07/Untitled-27.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)