ଜଗତସିଂହପୁର ଟାଉନ୍/ବାଲିକୁଦା : ବାଲିକୁଦା ଇଚ୍ଛାପୁର ବାଣ ବିସ୍ଫୋରଣରେ ଆହତ ମାଲିକ ସୁଶାନ୍ତ ପୃଷ୍ଟିଙ୍କ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ। ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ପୂର୍ବରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ପ୍ରାୟ ସାଢେ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ଇଚ୍ଛାପୁର ଗ୍ରାମ ଓ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ରାସ୍ତା କଡ଼ରେ ଥିବା ସୁଶାନ୍ତ ପୃଷ୍ଟିଙ୍କ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଯୋଗୁଁ ସେଠାରେ କାମ କରୁଥିବା ଜଣେ ବ୍ୟକ୍ତି ପୋଖରୀ ଭିତରେ ପଡ଼ିଥିବା ବେଳେ ଆଉ ତିନି ଜଣ ଘର ଭିତରେ ପଡି ରହିଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଜଣଙ୍କ ବାମ ଗୋଡ଼ ଜଂଘ ପାଖରୁ ଛିଣ୍ଡି କିଛି ଦୂରରେ ପଡ଼ିଥିଲା। ସେହିପରି ଶରୀରର ମାଂସ, ଅଙ୍ଗପ୍ରତ୍ୟଙ୍ଗ ପ୍ରାୟ ଶହେ ମିଟର ଦୂରରେ ପଡ଼ିଥିଲା। ଜିଆଇ ଆଜବେଷ୍ଟସ୍ ଉଡ଼ି ପ୍ରାୟ ଦୁଇ ଶହ ମିଟର ଦୂରରେ ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀ, ୧୦୮ ଆମ୍ବୁଲାନ୍ସ, ପୁଲିସ ଘଟଣାସ୍ଥଳରେ ପହଞ୍ଚିଲେ। ସଂକଟାପନ୍ନ ଅବସ୍ଥାରେ ଜଣଙ୍କୁ ପ୍ରଥମେ ବାଲିକୁଦା ମେଡିକାଲ ନିଆ ଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ମଧ୍ୟ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଦୁଇ ଜଣ ଗୁରୁତର ଆହତଙ୍କ ମଧ୍ୟରୁ ଜଣଙ୍କୁ କଟକ ଏସସିବି ମେଡିକାଲ ଓ ଅନ୍ୟ ଜଣଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ ଇଚ୍ଛାପୁର ବଡ଼ାଘର ଅଞ୍ଚଳର ଦିଲୀପ ମହାନ୍ତି(ଦିଲୁ, ୪୬) ଓ ଗୋପାଳପୁର ଅଞ୍ଚଳର ବୁଲୁ ଦାସ(୪୫)। ଆହତମାନେ ଥିଲେ ବାଣ କାରଖାନା ମାଲିକ ସୁଶାନ୍ତ କୁମାର ପୃଷ୍ଟି ଓ ବାଣ କାରିଗର ଦୀନବନ୍ଧୁ ଦାସ।
ବାଲିକୁଦା ଇଚ୍ଛାପୁର ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ମୃତ୍ୟୁ
ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
/sambad/media/post_attachments/wp-content/uploads/2023/03/jagatsinghpur-balikuda-firecracker-blast-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)