ଆଜି ପରୀକ୍ଷାର୍ଥୀଙ୍କ ପାଇଁ ପୁରୀରୁ ଟାଟାନଗରକୁ ଚାଲିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍‌

ପୁରୀ : ପରୀକ୍ଷା ସମୟରେ ଭିଡ଼ ପାଇଁ ଟ୍ରେନ୍‌ରେ ଯାତାୟତ କରିବା କଷ୍ଟକର ହୋଇ ପଡ଼ୁଥିବା ବେଳେ ପରୀକ୍ଷାର୍ଥୀଙ୍କ ପାଇଁ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି । ଟ୍ରେନ୍‌ଟି ପୁରୀରୁ ଟାଟାନଗର ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛିି । ସଂନ୍ଧ୍ୟା ୭ଟାରେ ଟ୍ରେନ୍‌ଟି ପୁରୀ ରେଳ ଷ୍ଟେସନରୁ ବାହାରି ଟାଟାନଗର ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ହିଜିଲି ଓ ଘାଟ୍‌ଶୀଲା ଦେଇ ଟ୍ରେନ୍‌ଟି ଯାତ୍ରା କରିବ । ଏହି ଟ୍ରେନ୍‌ରେ ଜେନେରାଲ କୋଚ୍‌ ରହିବା ସହ ପରୀକ୍ଷାର୍ଥୀମାନେ ଜେନେରାଲ ବୁକିଂ କାଉଣ୍ଟରରୁ ବା ନିଜ ମୋବାଇଲରୁ ଟିକେଟ୍‌ ବୁକ୍‌ କରି ପାରିବେ ।

Image result for train
Business Today

ସୂଚନା ମୁତାବକ, ବିଭିନ୍ନ ପରୀକ୍ଷା ସମୟରେ ରାଜ୍ୟ ବାହାରକୁ ପରୀକ୍ଷାର୍ଥୀମାନେ ଯିବା ସହ ବାହାରୁ ପରୀକ୍ଷାର୍ଥୀମାନେ ଓଡ଼ିଶା ଆସିଥାନ୍ତି । ଯେଉଁଥି ପାଇଁ ଟ୍ରେନରେ ପ୍ରବଳ ଭିଡ଼ ହେତୁ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚାଲି ସାରିଥିବା ବେଳେ ଆଜି ଆଉ ଏକ ଟ୍ରେନ୍‌ ପୁରୀରୁ ଯାତ୍ରା ଆରମ୍ଭ କରିବ ।

ସମ୍ବନ୍ଧିତ ଖବର