ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଫୁଡୁକୁପଡା ଗ୍ରାମରେ ଜମି ବିବାଦ ଉଗ୍ର ରୂପ ନେଇଥିବା ଜଣାପଡିଛି। ଏଥିରେ ନିଜ ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ଥିବା ଜଣାପଡିଛି। ସମ୍ପର୍କୀୟ ଭାଇ ସନ୍ତୋଷ ଧରୁଆ(୩୫)ଙ୍କ ଦେହରୁ ହାତ ଅଲଗା ହୋଇପଡିବା ଜଣାପଡିଛି। ବଲାଙ୍ଗୀର ନେଉଥିବା ସମୟରେ ରାସ୍ତାରେ ସନ୍ତୋଷର ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଫୁଡୁକୁପଡା ଗ୍ରାମର ସନ୍ତୋଷ ଧରୁଆ ନିଜ ପୁଅ ସହିତ ଜମିକୁ ଯାଇଥିଲେ। ଚାଷ କାମ କରୁଥିବା ବେଳେ ଅପରାହ୍ନ ସମୟରେ ଜମିରେ ପହଞ୍ଚିଥିଲେ ସମ୍ପର୍କୀୟ ଭାଇ କଳାକାହ୍ନୁ ମାଝୀ, ଡିଲେଶ୍ବର ମାଝୀ, ଚମାର ମାଝୀ ଓ ଅନନ୍ତ ମାଝୀ । ଏହା ପରେ ଉଭୟଙ୍କ ମଧ୍ୟରେ ଚାଷ କରୁଥିବା ଜମିକୁ ନେଇ ଝଗଡା ହୋଇଥିଲା। ପରେ ଏହି ଝଗଡା ଉଗ୍ରରୂପ ନେଲା। ଏଥିରେ ସମ୍ପର୍କୀୟ ଭାଇ ମାନେ ଟାଙ୍ଗିଆରେ ସନ୍ତୋଷ ଉପରେ ପ୍ରାଣାତ୍ମକ ଆକ୍ରମଣ କରିଥିଲେ। ଏଥିରେ ସନ୍ତୋଷର ଗୋଟିଏ ହାତ କଟି ଅଲଗା ହୋଇ ଯାଇଥିବା ବେଳେ ଦୁଇ ଗୋଡ ଓ ଗୋଟିଏ ହାତ ମଧ୍ୟ କ୍ଷତ ବିକ୍ଷତ ହୋଇଥିଲା। ଏହି ସବୁ ଘଟଣା ସନ୍ତୋଷର ପୁଅ ସମ୍ମୁଖରେ ଘଟିଥିବା ଜଣାପଡିଛି। ସନ୍ତୋଷ ପୁଅ ନବୀନ କୁ ମଧ୍ୟ ଗୋଡାଉଥିଲେ। ହେଲେ ସେ କୌଣସି ମତେ ଖସି ପଳାଇବାରେ ସମର୍ଥ ହୋଇ ନିକଟସ୍ଥ ଲୋକଙ୍କୁ ଓ ପରିବାରବର୍ଗଙ୍କୁ ଜଣାଇଥିଲା। ପରେ ଗୁରୁତର ଅବସ୍ଥାରେ ପରିବାର ବର୍ଗ ସନ୍ତୋଷକୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା।
ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଓ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ବଲାଙ୍ଗୀର ନେବା ସମୟରେ ରାସ୍ତାର ସନ୍ତୋଷର ମୃତ୍ୟୁ ଘଟିଥିବା ଜଣାପଡିଛି। ଏ ସମ୍ପର୍କରେ ପାଟଣାଗଡ଼ ପୁଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଥିବା ବେଳେ ୪ ଜଣକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା କରୁଥିବା ନେଇ ଥାନାଧିକାରୀ ଅନନ୍ତ ପଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/192be031-7b23-45d7-9615-01f885d8d538.jpg)