‘ୱାନ୍ ନେସନ୍‌, ୱାନ୍ ରାସନ କାର୍ଡ’ ଯୋଜନାରେ ଓଡ଼ିଶା

ଭୁବନେଶ୍ବର : ସମନ୍ବିତ ସାଧାରଣ ବ୍ୟବସ୍ଥା ପରିଚାଳନା ଯୋଜନା (ଇଣ୍ଟିଗ୍ରେଟେଡ ମ୍ୟାନେଜମେଣ୍ଟ ଅଫ୍‌ ପବ୍ଲିକ ଡିଷ୍ଟ୍ରିବ୍ୟୁସନ)ରେ ଓଡ଼ିଶା ସମେତ ଅନ୍ୟ ଦୁଇ ରାଜ୍ୟ ସିକିମ୍‌ ଓ ମିଜୋରାମ ସାମିଲ ହୋଇଛନ୍ତି। ଏହି ‘ୱାନ୍ ନେସନ୍‌, ୱାନ୍ ରାସନ୍‌ କାର୍ଡ’ ଯୋଜନାରେ ସାମିଲ ହେବା ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଦ୍ବାରା ଉପକୃତ ହେଉଥିବା ହିତାଧିକାରୀମାନେ ଦେଶର ଯେ କୌଣସି ରାଜ୍ୟରେ ଥିଲେ ମଧ୍ୟ ମାସିକ କୋଟା ବାବଦ ଖାଦ୍ୟଶସ୍ୟ ଉଠାଇ ପାରିବେ। ପୂର୍ବରୁ ଏହି ଯୋଜନାରେ ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସାମିଲ ହୋଇଥିଲେ। ଏବେ ଓଡ଼ିଶା ସମେତ ଅନ୍ୟ ଦୁଇ ରାଜ୍ୟ ଏହି ଯୋଜନାରେ ସାମିଲ ହୋଇଥିବାରୁ ଉକ୍ତ ଯୋଜନାକୁ ୨୦ଟି ରାଜ୍ୟକୁ ସଂପ୍ରସାରିତ କରାଯାଇ ପାରିଛି। ଏସବୁ ରାଜ୍ୟ‌େର ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହୋଇପାରିବ ବୋଲି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ବାନ କହିଛନ୍ତି।

ସମ୍ବନ୍ଧିତ ଖବର