ମାଓ-ଯବାନ୍‌ ମୁହାଁମୁହିଁ : ଜଣେ ମାଓବାଦୀ ନିହତ

କୋରାପୁଟ/ମାଲକାନଗିରି କୋରାପୁଟର ବୈପାରିଗୁଡ଼ାରେ ସୁରକ୍ଷା ଯବାନ୍‌ ଓ ମାଓବାଦୀମାନେ ଏକପ୍ରକାର ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଛନ୍ତି। ସୁରକ୍ଷା ଯବାନଙ୍କୁ ଲକ୍ଷ୍ୟ କରି ନକ୍ସଲମାନେ ମାଟି ତଳେ ଶହଶହ ଲ୍ୟାଣ୍ଡମାଇନ୍‌ ବିଛାଇଛନ୍ତି। ସୁରକ୍ଷା ବଳ ଅଧିକ ସତର୍କ ହେବା ସହିତ ଅପରେସନ୍‌କୁ ଜୋର୍‌ଦାର୍‌ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ, ମାଲକାନଗିରି ସୀମାନ୍ତରେ ଛତିଶଗଡ଼ ପୋଲିସ୍‌ ଅପରେସନ୍‌କୁ ଜୋର୍‌ଦାର୍‌ କରିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲା ବୈପାରିଗୁଡାରେ ଏବେ ମାଓ କାର୍ଯ୍ୟକଳାପ ଯଥେଷ୍ଟ ବୃଦ୍ଧି ପାଇଛି। ଆଜି କୋରାପୁଟରେ ସାମ୍ବାଦିକମାନଙ୍କୁ ବିଏସଏଫ ଡିଆଇଜି ସୁକୁମାର ଷଡଙ୍ଗୀ କହିଛନ୍ତି ଯେ, ଓଡ଼ିଶା ପୁଲିସ ସହ ମିଶି ମାଓ ବିରୋଧୀ ଅଭିଯାନକୁ ବ୍ୟାପକ କରାଯିବ। ତେବେ ସୁରକ୍ଷା ବଳର ଯେମିତି କିଛି କ୍ଷୟକ୍ଷତି ନ ହେବ ସେଥିପ୍ରତି ଅଧିକ ଧ୍ୟାନ ଦିଆଯିବ। ଅନ୍ୟପକ୍ଷରେ, ବୈପାରିଗୁଡା ବ୍ଲକର ରାମଗିରି ଓ ଦଣ୍ଡାବାଡି ଅଂଚଳକୁ ପୂରା କବ୍‌ଜା କରିବା ପାଇଁ ଲାଲ ବାହିନୀ ପ୍ରସ୍ତୁତି ଚଳାଇଥିଲା ବେଳେ ବିଏସ୍‌ଏଫ୍‌ ଏବେ କଠୋର ଆଭିମୁଖ୍ୟ ପୋଷଣ କରିଥିବା ସ୍ପଷ୍ଟ ହୋଇଯାଇଛି। କୋରାପୁଟର ବୈପାରିଗୁଡ଼ାରେ ଏହିଭଳି ପରିସ୍ଥିିତି ଲାଗି ରହିଥିବାବେଳେ ମାଲକାନଗିରି ସୀମାନ୍ତରେ ଛତିଶଗଡ଼ ପୁଲିସ୍‌ କମ୍ବିଂ ଅପରେସନ୍‌ ଚଳାଇଛି। ଏହି ଅପରେସନ୍‌ରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର