ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ମୃତ ନକ୍ସଲ ଜଗୁ। ସେ ଜନମିଲିସିଆ କମାଣ୍ଡର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ବଡେସେଟ୍ଟି ଅଂଚଳ ନିକଟସ୍ଥ ଜଂଗଲରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଖବର ପାଇ ନକ୍ସଲ ପାଲଟା ଆକ୍ରମଣ କରିଥିଲେ। ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା। ମାତ୍ର, ନକ୍ସଲମାନେ ପୁଲିସ ଗୁଳିର ସାମ୍ନା କରିନପାରି ଅନ୍ଧାର ମଧ୍ୟରେ ଜଂଗଲକୁ ଖସି ଚାଲିଯାଇଥିଲେ। ଆଜି ସକାଳୁ ଘଟଣାସ୍ଥଳରେ ପୁଲିସ୍ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ଜଗୁର ମୃତଦେହ ଜବତ କରିଥିଲା।
ନକ୍ସଲ-ପୁଲିସ୍ ଗୁଳି ବିନିମୟ : ଜନମିଲିସିଆ କମାଣ୍ଡର ନିହତ
/sambad/media/post_attachments/wp-content/uploads/2018/07/Mkg-Encounter.1-naxal-dead-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)