ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ବନ୍ଧୁକ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଡ଼ିଆରଜି ଏବଂ ସିଆରପିଏଫ ଯବାନ ଫୁଲବଗଡ଼ି ଥାନା ଅନ୍ତର୍ଗତ ଗାଁଗୁଡା ନିକଟସ୍ଥ ପାହାଡରେ କେରଲପଲ ଏରିଆ କମିଟିର ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ଖବର ପାଇଥିଲେ। ଯବାନ ଜଙ୍ଗଲରେ କମ୍ବିଂ ଅପରେସନରେ ଥିବା ବେଳେ ନକ୍ସଲ ଯବାନଙ୍କ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିବା ଏସପି ସୁନୀଲ ଶର୍ମା ପ୍ରକାଶ କରିଛନ୍ତି। ନକ୍ସଲ ଶବ ଜବତ କରାଯାଇଥିବା କୁହାଯାଇଛି। ଚିହ୍ନଟ ହୋଇନଥିବା କୁହାଯାଇଛି। ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ଏସପି କହିଛନ୍ତି
ପୁଲିସ-ନକ୍ସଲ ଗୁଳିବିନିମୟ; ଜଣେ ନକ୍ସଲ ମୃତ
/sambad/media/post_attachments/wp-content/uploads/2022/07/Screenshot_20220722-195000_Samsung-Internet.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)