ସୀମାନ୍ତରେ ପୁଲିସ-ନକ୍ସଲ ଗୁଳିବିନିମୟ; ଜଣେ ନକ୍ସଲ ମୃତ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାରେ ନକ୍ସଲ ପୁଲିସ ଗୁଳଇବନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ବନ୍ଧୁକ ସହ ମାଓ ସାମଗ୍ରୀ ପୁଲିସ ଜବତ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଗୁଳିବିନିମୟ ଚାଲିଥିବା ଜଣାପଡିଛି।

ସୂଚନା ମୁତାବକ ବିଶେଷ ସୂତ୍ରରୁ ସୁକମା ପୁଲିସ ଖବର ପାଇଥିଲା ଯେ ଜଗରଗୁଣ୍ଡା ଅଂଚଳରେ ୨୦ରୁ ୩୦ ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଡିଆରଜି ଏବଂ ୨୨୩ ସିଆରପିଏଫ ଯବାନ ଏହି ଅଂଚଳକୁ କୁମ୍ବିଂ ପାଇଁ ବାହାରିଥିଲେ। ଆଜି ଅପରାହ୍ନରେ ପେଣ୍ଟା ଜଂଗଲରେ ଯବାନ ପହଞ୍ଚିବା ପରେ ପାହାଡ ଉପରେ ଥିବା ନକ୍ସଲ ଅତର୍କିତ ଗୁଳଇ ଚଳାଇଥିଲେ। ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା।

ତେବେ ଘଟଣାସ୍ଥଳରେ ନକ୍ସଲ ଖସିଯିବାରେ ସଫଳ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ କରାଯିବା ପରେ ଜଣେ ନକ୍ସଲ ମୃତ ଦେହକୁ ପୁଲିସ ଉଦ୍ଧାର କରିବା ସହ ବନ୍ଧୁକ ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ କରିଛି। ଏହି ଅପରେସନରେ ବହୁ ନକ୍ସଲ ମୃତାହତ ହୋଇଥିବା ପୁଲିସ କହିଛି। ମୃତ୍ୟୁବରଣ କରିଥିବା ନକ୍ସଲର ଚିହ୍ନଟ କରାଯାଇପାରିନାହିଁ। ଅପରେସନ ଏବେ ମଧ୍ୟ ଜାରି ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର