ମାଲକାନଗିରି: ଗତ କିଛି ବର୍ଷ ହେଲା ମାଲକାନଗିରି ନକ୍ସଲ ମୁକ୍ତ ହୋଇଥିବା ବେଳେ ନକ୍ସଲ ଜିଲ୍ଲାରେ ପଶି ମଧ୍ୟ ବାହାର ରାଜ୍ୟକୁ ଚାଲିଯାଉଥିଲେ। ଏବେ ଛତିଶଗଡ଼ରେ ସରକାର ଏବଂ ପୁଲିସ ଘନଘନ ଚଢାଉରେ ନକ୍ସଲ ବ୍ୟତିବ୍ୟସ୍ତ ହୋପଡ଼ିଛନ୍ତି।ଛପିବା ପାଇଁ ସ୍ଥାନ ନାହିଁ। ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରିବାରୁ ନକ୍ସଲ ଅଣନିଃଶ୍ବାସି ହୋଇଯାଇଛନ୍ତି। ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଛତିଶଗଡ ପଟରୁ କିଛି ନକ୍ସଲ ମାଲକାନଗିରି ଭିତରେ ପଶିବାକୁ ଚେଷ୍ଟା କରୁଛନ୍ତି। ତୁରନ୍ତ ପୁଲିସ ସତର୍କ ହୋଇଯାଇଥିଲେ।
ଏସଓଡି ଏବଂ ଡିଭିଏଫ ଯବାନ ଗତକାଲି ରାତିରେ ନକ୍ସଲଙ୍କ ଅପେକ୍ଷା କରି ରହିଥିଲେ। ଜିଲ୍ଲାର ଏମଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ନିକଟସ୍ଥ ସାବେରୀ ନଦୀ ପାର ହୋଇ ନକ୍ସଲ ଛତିଶଗଡ଼ରୁ ଓଡ଼ିଶାରେ ପଶିଥିଲେ। ରାତି ପ୍ରାୟ ସେତେବେଳେ ସାଢେ ଗୋଟାଏ ହେବ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ସକାଳ ପର୍ଯ୍ୟନ୍ତ ନକ୍ସଲ ରହିରହି ଗୁଳି ଚଳାଇବା ସହ ରାତିର ଅନ୍ଧାରରେ ଦୌଡ଼ି ପଳାଇବାରେ ସଫଳ ହୋଇଥିଲେ।
/sambad/media/media_files/2024/11/21/mkg-naxal-encounter-1-naxal-dead1.jpg)
ଘଟଣାସ୍ଥଳରେ ଯବାନ ସର୍ଚ୍ଚଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବକୁ ଜବତ କରାଯାଇଛି। ନକ୍ସଲ ଗୁଳିରେ ମଧ୍ୟ ଜଣେ ଡିଭିଏଫ ଯବାନ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଂକୁ ମାଲକାନଗିରି ମେଡିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା। ତାଂକ ଦେହରୁ ଗୁଳି ନବାହାରିବାରୁ ତୁରନ୍ତ ହେଲିକେପ୍ଟର ଯୋଗେ ବିଶାଖାପାଟଣମ୍ ସ୍ଥାନାନ୍ତର କରାଯାଇଛି।
ଏହି ଗୁଳିବିନିମୟ ପରେ ବିଏସଏଫ ଯବାନ ମଧ୍ୟ ସାମିଲ ହୋଇଥିଲେ। ବିଏସଏଫ୍ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ପ୍ରାୟ ୧୫ରୁ ଊର୍ଦ୍ଧ୍ବ ନକ୍ସଲ ଏବେ ବି ଜଂଗଲରେ ଲୁଚି ରହିଥିବା ପୁଲିସ ଜାଣିବାକୁ ପାଇଛି। ଜଂଗଲରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରିବା ସହ ସଂଦିଗ୍ଧ ବ୍ୟକ୍ତିଙ୍କୁ ଧରି ପଚରାଉଚରା କରୁଛି। ଛତିଶଗଡ଼ରେ ନକ୍ସଲ ସୁରକ୍ଷିତ ନଥିବା ଯୋଗୁଁ ନକ୍ସଲ ଏବେ ପୁଣି ମାଲକାନଗିରି ମୁହାଁ ହେଲେଣି।
ତେବେ ଗୁଇନ୍ଦା ସଜାଗ ରହିଥିବାରୁ ନକ୍ସଲ ଭିତରେ ପଶିପାରିନଥିଲେ। ମୃତ ନକ୍ସଲକୁ ଚିହ୍ନଟ କରାଯାଇନଥିବା ବେଳେ ଜଂଗଲରୁ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ତିନୋଟି ବନ୍ଧୁକ ସହ ବିସ୍ଫୋରକ ଇତ୍ୟାଦି ଜବତ କରାଯାଇଛି। ଯବାନ ଜଂଗଲରୁ ଫେରିବା ପରେ ପୁଲିସ ସବିଶେଷ ବିବରଣୀ ଦେବ ବୋଲି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/21/mkg-naxal-encounter1-naxal-dead.jpg)