ପୁଲିସ-ନକ୍ସଲ ମୁହାଁମୁହିଁ: ଜଣେ ନକ୍ସଲ ନିହତ, ୨ ଯବାନ ଓ ଜଣେ ଗ୍ରାମବାସୀ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି।  ଅସୁର ଥାନା ଅନ୍ତର୍ଗତ ଗଲଗମ କ୍ୟାମ୍ପରେ ଅବସ୍ଥାପିତ ୨୨୨ ସିଆରପିଏଫ ୧୯୬ ସିଆରପିଏଫ ଯବାନଙ୍କୁ ରାସ୍ତା ନିର୍ମାଣ କରାଯାଉଥିବା ସର୍ଚ୍ଚ ଅପରେସନ କରିବା ପାଇଁ ଜଂଗଲରେ ପଠାଯାଇଥିଲା। ଆଜି ଅପରାହ୍ନ ସାଢେ ତିନିଟା ବେଳେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରୁ ମୁହାଁମୁହିଁ ହୋଇଥିଲା। ପ୍ରାୟ ୪୫ ମିନିଟ ଧରି ଦୁହିଁଙ୍କ ଭିତରେ ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଅଧିକା ଏସଟିଏଫ ଏବଂ ସିଆରପିଏଫ ଯବାନଙ୍କୁ ପଠାଯାଇଥିବା କୁହାଯାଇଛି।

ସର୍ଚ୍ଚ ଅପରେସନ ବେଳେ ଜଣେ ମାଓବାଦୀର ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।ସେହିପରି ପ୍ରେସର ବୋମାରେ ଜଣେ ଗ୍ରାମବାସୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଦୁଇ ଆହତ ଯବାନ ଏବଂ ଗ୍ରାମବାସୀଙ୍କୁ ବିଜାପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି। ଜଣେ ଆହତ ଯବାନ ହେଲେ ମିଥଲେଶ କୁମାର ଏବଂ ଗ୍ରାମବାସୀ ଜଣକ ହେଲେ କୋଟ୍ଟମ ସୋମା ବୋଲି ଜଣାପଡିଛି। ଅନ୍ୟ ଜଣେ ଆହତ ଯବାନ ପରିଚୟ ମିଳିପାରି ନାହିଁ। ତେବେ ଜଂଗଲରେ ରକ୍ତର ଚିହ୍ନରୁ ଜଣାପଡୁଛି ଯେ ଚାରିରୁ ପାଞ୍ଚ ଜଣ ମାଓବାଦୀ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର