ଦିନେ ଦୁଇ ଦିନ ମଧ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ, ଆଗାମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦିନେ ଦୁଇ ଦିନ ମଧ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେତୁ ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଗତକାଲି ରାୟଗଡ଼ା, କଳାହାଣ୍ଡି, ଖୋର୍ଦ୍ଧା, ଜଗତସିଂହପୁର,ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି ଗତକାଲି ସୋନପୁରରେ ୩୬.୨ଡିଗ୍ରି ସେଲସିୟସ୍‌ ସର୍ବାଧିକ ତାପମାତ୍ରା ଥିବା ବେଳେ ସୁନ୍ଦରଗଡ଼ରେ ୨୨.୦ଡିଗ୍ରୀ ସେଲସିୟସ୍‌ ସର୍ବନିମ୍ନ ତାପମାତ୍ରା ରହିଛି। ଜୁନ୍‌ରୁ ଆଜି ପର୍ଯ୍ୟନ୍ତ ସ୍ୱଭାବିକଠାରୁ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର