ଭୁବନେଶ୍ୱର ଏମ୍ସରେ ଅଘଟଣ: ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏମ୍ସରେ ଏକ ଅଘଟଣ ଘଟିଯାଇଛି | ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିଛନ୍ତି | ଏହି ବ୍ୟକ୍ତି ଜଣକ ଛାତରେ ହ୍ୱିଲ ଚେୟାରରେ ବୁଲୁଥିବାବେଳେ ହଠାତ ଛାତ ତଳକୁ ଡେଇଁପଡ଼ି ମୃତ୍ୟୁମୁଖରେ ପଡ଼ିଥିଲେ।

ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ସୁନୀଲ କୁମାର ରାଉତଙ୍କର ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା।  ମୃତ ରୋଗୀଙ୍କ ପୁରୀ ଜିଲ୍ଲାର ବୀରପ୍ରତାପପୁର ଅଂଚଳରେ ଓ ତାଙ୍କନାମ ମହେନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଛି।

ତାଙ୍କୁ ଗତ ମାସ ୧୧ ତାରିଖରେ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା | ତାଙ୍କର ବାମ ପାଦ ଅପରେସନ ହୋଇଥିବାବେଳେ ଆଉ କିଛିଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥାନ୍ତା | ତେବେ ଆଜି ତାଙ୍କ ପତ୍ନୀ ତାଙ୍କୁ ଛାତ ଉପରେ ହ୍ୱିଲ ଚେୟାରରେ ବୁଲାଉଥିବା ବେଳେ ହଠାତ ସେ ଡେଇଁପଡ଼ିଥିଲେ | ତେବେ ରୋଗୀ ଜଣକ କାହିଁକି ୫ ମହଲାରୁ ଡେଇଁପଡ଼ିଲେ ତାହା ଜଣାପଡିନାହିଁ |

ପରିବାର ଲୋକ ଅର୍ଥାତ୍ ଭାଇ ପଚାରୁନଥିବାରୁ ମାନସିକ ଅବସାଦର ଶିକାର ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର