୭୪ ଲକ୍ଷ ସାଇବର ଠକେଇ ଅଭିଯୋଗରେ କୋଲକାତାରୁ ଜଣକୁ ଗିରଫ କଲା ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର: ୭୪ ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗରେ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଜଣେ ବ୍ୟକ୍ତିକୁ କୋଲକାତାରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପ୍ରଶାନ୍ତ ଦ୍ବିବେଦୀ।

ସୂଚନା ଅନୁସାରେ ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳର ଜଣେ ବ୍ୟକ୍ତି ୭୪ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରିଥିଲା। ପ୍ରଶାନ୍ତ ଦ୍ବିବେଦୀ ନାମକ ଜଣେ ଅଭିଯୁକ୍ତଙ୍କୁ କୋଲକତାରୁ ଜଣେ ସାଇବର ଠକକୁ ଗିରଫ କରିଛି। ଅଭିଯୁକ୍ତ ଠାରୁ ବେଆଇନ୍ ସିମ୍ ଓ ମୋବାଇଲ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତକୁ ଟ୍ରାନଜିଟ ରିମାଣ୍ଡରେ କଟକ ଆଣିବ ବୋଲି ଜଣାପଡ଼ିଛି।

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଉତ୍ତରପ୍ରଦେଶରୁ ଧର୍ମେନ୍ଦ୍ର କୁମାରଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଧର୍ମେନ୍ଦ୍ରଙ୍କ ସହଯୋଗୀ ଥିଲା ପ୍ରଶାନ୍ତ ଦ୍ବିବେଦୀ।
ଏମାନେ ମିଛ ଇନ୍ସ୍ୟୁରାନ୍ସ ୱେବସାଇଟ୍ କରି ଫେକ୍ ମେଲ୍ ଆଇଡି ଜରିଆରେ ଲୋକଙ୍କୁ ଠକୁଥିବା କ୍ରାଇମବ୍ରାଞ୍ଚ ଟିମ୍ ସୂଚନା ଦେଇଛି।

ସମ୍ବନ୍ଧିତ ଖବର