ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କ ଘର ଡମଣା ଅଞ୍ଚଳରେ ବୋଲି ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ କୁହାଯାଇଛି | ଏହି ୨୫ ବର୍ଷୀୟ ଯୁବକ ଜଣକ ମୁମ୍ବାଇରୁ ଫେରିଥିବା ବେଳେ ହୋମ କ୍ଵାରେଣ୍ଟାଇନରେ ଥିଲେ |
ବର୍ତ୍ତମାନ ତାଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବାବେଳେ ତାଙ୍କ ଘର ପାଖାପାଖି ଅଞ୍ଚଳ ସାନିଟାଇଜ କରାଯିବା ସହ ଆଖପାଖ ପଡୋଶୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି | ସେହିପରି ଆଜି ଦୁଇ ଜଣ ଭୁବନେଶ୍ବର ବାସିନ୍ଦା ସୁସ୍ଥ ହୋଇଛନ୍ତି |
Update on newly detected & cured #COVID19 cases in the last 24 hrs under BMC area on 8th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/7wmBI7YIvI— BMC (@bmcbbsr) June 8, 2020
ସୁସ୍ଥ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ୨୩ ବର୍ଷୀୟ ପୁରୁଷ ଶୈଳଶ୍ରୀ ବିହାରର ହୋଇଥିବା ବେଳେ ଅନ୍ୟ ଜଣେ ୪୬ ବର୍ଷୀୟ ବ୍ୟକ୍ତି ନୟାପଲ୍ଲୀ ଅଂଚଳର ବୋଲି ଜଣାପଡିଛି | ରାଜଧାନୀରେ ଏବେ ସୁଦ୍ଧା ୮୯ଟି ପଜିଟିଭ ମାମଲା ରହିଥିବାବେଳେ ୫୩ ଜଣ ସୁସ୍ଥ ହୋଇସାରିଛନ୍ତି | ସେହିପରି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୩ଟି ସକ୍ରିୟ ମାମଲା ରହିଛି |