ଗଞ୍ଜାମରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାରୁ ପୁଣି  ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି |  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଞ୍ଜାମର ଏହି  ଆକ୍ରାନ୍ତଜଣକ ୨୬ବର୍ଷିୟ ଯୁବକ ହୋଇଥିବା ବେଳେ ସେ ସୁରଟରୁ ଫେରି ସଙ୍ଗରୋଧରେ ରହିଥିଲେ। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି |

ସୂଚନା ମୁତାବକ, ଗତ ମାର୍ଚ୍ଚ ମାସରୁ ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଥିଲା। ଏପ୍ରିଲ ୨୮ତାରିଖରୁ ସୁରତ ଫେରନ୍ତାଙ୍କ ଘର ବାହୁଡ଼ା ପରେ ଜିଲ୍ଲାରେ କରୋନା ଖାତା ଖୋଲିଥିଲା। ଗତ ୨ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ୪ ଓ ୫ ତାରିଖରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ। ୬ ତାରିଖରେ ୧୭, ୭ ତାରିଖରେ ୨୬ ଓ ଆଜି ୨୪ଜଣ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ୱେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ବର୍ତ୍ତମାନ ୮୪ଜଣ କରୋନା ଆକ୍ରାନ୍ତ ରହିଛନ୍ତି | ଯାହାକି ଉଭୟ ଜିଲ୍ଲା ଓ ରାଜ୍ୟର ଚିତ୍ରକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ଯାଜପୁର ଜିଲ୍ଲାରେ ୫୫ ଓ ଖୋର୍ଧା ଜିଲ୍ଲାରେ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର