ଆନନ୍ଦପୁର : ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି ହାଟଡିହି ବ୍ଲକ ପୋଡ଼ାସିଙ୍ଗିଡ଼ି ରଙ୍ଗମାଟିଆ ଗ୍ରାମର ବ୍ରଜମୋହନ ନାଏକ(୩୦)। ବ୍ରଜମୋହନ ଗୁରୁବାର ପୂର୍ବାହ୍ନ ୧୦ଟାବେଳେ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଉଥିବାବେଳେ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ପଠାଯାଇଛି।
ଭାଲୁ ଆକ୍ରମଣରେ ଜଣେ ଗୁରୁତର
/sambad/media/post_attachments/wp-content/uploads/2021/03/l_bear-1473007291_835x547.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)