ଆଇଟିଆଇ ପାଇଁ ଗୋଟିଏ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର : ରାଜ୍ୟରେ ଥିବା ଆଇଟିଆଇଗୁଡ଼ିକରେ ନାମଲେଖା ଲାଗି ଗୋଟିଏ ପର୍ଯ୍ୟାୟରେ ନାମଲେଖ‌ା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଛ‌ାତ୍ରଛାତ୍ରୀ http:/amsodisha.gov.in ଓ http://dtetodisha.gov.in ମାଧ୍ୟମରେ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଆବେଦନ କରିପାରିବେ। ସେପ୍ଟେମ୍ବର ୪ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ସିଏଏଫ୍‌ର ପ୍ରିଣ୍ଟ କପି ଯେକୌଣସି ନୋଡାଲ ସେଣ୍ଟର(ସରକାରୀ ଆଇଟିଆଇ)ରେ ଦାଖଲ କରାଯାଇପାରିବ। ସେପ୍ଟମ୍ବର ୯ ପୂର୍ବାହ୍ନ ୧୧ଟାରେ ଚୟନ ତାଲିକା ପ୍ରକାଶ ପାଇବ। ଉକ୍ତ ଦିନ ହିଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରୁ ଇଣ୍ଟିମେସନ୍‌ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ। ୧୦ ଓ ୧୧ ତାରିଖରେ ଛାତ୍ରଛାତ୍ରୀ ଆଇଟିଆଇରେ ନାମ ଲେଖାଇ‌ବେ। ୧୨ ତାରିଖରେ ଖାଲି ରହିଥିବା ସିଟ୍‌ ତାଲିକା ପ୍ରକାଶ ପାଇବ ଏବଂ ୧୩ ତାରିଖରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ ବୋଲି ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର