କେନ୍ଦୁଝର: ଚୋରି କରିବାକୁ ଆସି ବିଦ୍ୟୁତ ଆଘାତରେ ଚୋରର ମୃତ୍ୟୁ । ଏଭଳି ଘଟଣା ଘଟିଛି କେନ୍ଦୁଝର ନନ୍ଦିପଦା ଥାନା ବଡ଼ରମ୍ପାସ କେନାଲ ନିକଟରେ । ମିଳିଥିବା ସୂଚନା ମୁତାବକ ବଡ଼ ରମ୍ପାସ ଗ୍ରାମର କାଳନ୍ଦୀ ସାହୁ ଗାଁ ଠାରୁ ୧କିଲୋମିଟର ଦୂର ନିଜ ଜମିରେ ଏକ ଘେରାବାଡ଼ି କରି ସେଠାରେ କୁକୁଡ଼ା, ମାଛ ଆଦି ଚାଷ କରିଥାନ୍ତି ।
ଗତକାଲି ରାତିରେ ସେଠାକୁ ଜଣେ ଅଜଣା ଯୁବକ ଆସିଥିବାବେଳେ ଦୁର୍ଭାଗ୍ୟ ବଶତଃ ସେଠାରେ ଲାଗିଥିବା ଇଲେକ୍ଟ୍ରିକ ବଲବକୁ ଖୋଲିବା ବେଳେ ବିଦ୍ୟୁତ ସଂଯୋଗରେ ଆସି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବିଦ୍ୟୁତ ଆଘାତରେ ଯୁବକ ଶରୀରର କିଛି ଅଂଶ ପୋଡିଯାଇଥିବା ଦେଖିବାକୁ ମିଳିଛି।
ଆଜି ସକାଳୁ କାଳନ୍ଦୀ ନିଜ ଘେରାବାଡ଼ିକୁ ଆସିଥିବାବେଳେ ଏପରି ଘଟଣା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି । ମୃତ ଯୁବକର ପରିଚୟ ମିଳିପାରିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/cffff.jpg)