ରାଜ୍ୟରେ ସୁସ୍ଥ ହେଲେ ହଜାରେରୁ ଅଧିକ କରୋନା ରୋଗୀ

ଭୁବନେଶ୍ବର : ରାଜ୍ୟରେ ଏକ ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଆଜି ୭୩ଜଣ ସଂକ୍ରମିତ ସୁସ୍ଥ ହେବା ଫଳରେ ରାଜ୍ୟରେ ଏ‌ହି ସଂଖ୍ୟା ହଜାରେ ଟପିଛି। ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ଥିବା ରୋଗୀଙ୍କଠାରୁ ବଳି ଯାଇଛି। ରାଜ୍ୟରେ ସୁସ୍ଥ ହାର ୫୭ ପ୍ରତିଶତରୁ ଅଧିକ ରହିଛି। ଆଜି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୨୮ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଜିଲ୍ଲାରେ ଏବେ ଜଣେ ହେଲେ ସକ୍ରିୟ ରୋଗୀ ନାହାନ୍ତି। ଏହାସହ ପୁରୀରେ ୧୧ଜଣ, କେନ୍ଦ୍ରାପଡ଼ାରେ ୧୦, କଟକରେ ୯, ଖୋର୍ଧାରେ ୭, ମାଲକାନାଗିରି ଓ ଅନୁଗୁଳରୁ ୨ଜଣ ଲେଖାଏ, ଗଞ୍ଜାମ, ବାଲେଶ୍ବର, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୦୫୦ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ୪୦୪ ରୋଗୀଙ୍କ ମଧ୍ୟରୁ ୩୧୮, ଯାଜପୁରରେ ୨୫୯ରୁ ୧୭୪, ବାଲେଶ୍ବର ୧୪୬ରୁ ୧୨୧, ଖୋର୍ଧା ୧୩୧ରୁ ୬୭, ଭଦ୍ରକରୁ ୯୫, କଟକ ୯୫ରୁ ୩୫, ପୁରୀ ୮୭ରୁ ୪୪, କେନ୍ଦ୍ରାପଡ଼ାରେ ୭୧ରୁ ୪୦, ବଲାଙ୍ଗୀରରେ ୬୯ରୁ ମାତ୍ର ୬, ଜଗତସିଂହପୁରରେ ୬୬ରୁ ୨୮, ନୟାଗଡ଼ରେ ୬୫ରୁ ୧୦, ସୁନ୍ଦରଗଡ଼ରେ ୪୮ରୁ ୨୭, ଦେବଗଡ଼ରେ ୨୮ରୁ ମାତ୍ର ୨, ଅନୁଗୁଳରେ ୨୫ରୁ ୧୭ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲା ଗୁଡ଼ିକରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା କମ୍ ରହିଛି।

ସମ୍ବନ୍ଧିତ ଖବର