ଦେବଗଡ଼: ସଂକଟରେ ବନ୍ୟପ୍ରାଣୀ। ଦିନକୁ ଦିନ ବନ୍ୟପ୍ରାଣୀଙ୍କ ଶୋଚନୀୟ ମୃତ୍ୟୁ ହେଉଛି। ହାତୀଭଳି ବିଶାଳକାୟ ଜୀବ ମଧ୍ୟ ସୁରକ୍ଷିତ ନାହାନ୍ତି।  ଗତକାଲି ଦେବଗଡ଼ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଥିଲେ । ଏହା ସହିତ ଉକ୍ତ ଘଟଣାରେ ଜଣେ ବେପାରୀକୁ ପୁଲିସ ଗିରଫ କରିଥିଲା । ରବିବାର ଦିନ ଦେଵଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ କ।ଦେ।ପଡା ଗ୍ରାମ ନିକଟସ୍ଥ ଗୁରୁଜାଙ୍ଗ ଜଙ୍ଗଲ ମଧ୍ୟରୁ ଏକ ଦନ୍ତ।ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ । ସୂଚନା ପାଇବା ପରେ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦନ୍ତା ହାତୀର ଦାନ୍ତ ଶିକାରୀ ମାନେ ନେଇଯାଇଥିବା ସନ୍ଦେହ କରାଯାଉଛି । ଦନ୍ତା ହାତୀର ମୃତ୍ୟୁ ୨ ଦିନ ପୂର୍ବରୁ ହୋଇଥିବା ଜଣାପଡିଛି । ଲୋକସଂଖ୍ୟା ତୁଳନାର ଜଙ୍ଗଲ ହ୍ରାସ ପାଉଥିବାରୁ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ମାଡ଼ି ଆସୁଛି। ଏହା ପରିବେଶବିତ୍‌ଙ୍କ ମନରେ କଷ୍ଟ ଦେଉଛି।