ବାରିପଦା : ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ଓ ୧ ଲୋକସଭା କ୍ଷେତ୍ରରେ ମୋଟ ୯୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୪ ଜଣ ମହିଳା ପ୍ରାର୍ଥୀ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ। ୧୨ ଜଣ ବିଧାୟକ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨ଜଣ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ। ତେବେ ମହିଳା ପ୍ରାର୍ଥୀ ଭାବେ ଜଣେ ମାତ୍ର ନିର୍ବାଚିତ ହୋଇଛନ୍ତି। କରଞ୍ଜିଆ ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବାସନ୍ତୀ ହେମ୍ବ୍ରମ୍ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ମାତ୍ର ବାକି ସମସ୍ତ ପ୍ରାର୍ଥୀ ଚଳିତ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ବିଜେଡିରୁ ସର୍ବାଧିକ ୩ ଜଣ ମହିଳା ପ୍ରାର୍ଥୀ ହୋଇଥିବା ବେଳେ ଜଣେ ମାତ୍ର ନିର୍ବାଚିତ ହେବାରେ ସକ୍ଷମ ହୋଇଛନ୍ତି। ବିଜେଡିର ଅନ୍ୟ ଦୁଇ ପ୍ରାର୍ଥୀ ବାରିପଦା ଆସନରୁ ସରୋଜିନୀ ହେମ୍ବ୍ରମ୍ ଏବଂ ରାଇରଙ୍ଗପୁରରୁ ବାସନ୍ତୀ ମାର୍ଣ୍ଡି ମଧ୍ୟ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହିପରି ଜେଏମ୍ଏମ୍ ଓ କଂଗ୍ରେସ ଜଣେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଜେଏମ୍ଏମ୍ରୁ ଲୋକସଭା ପ୍ରାର୍ଥୀ ହୋଇଥିବା ଅଞ୍ଜନୀ ସୋରେନ୍ ଏବଂ ବଡ଼ସାହିରୁ କଂଗ୍ରେସ୍ ପ୍ରାର୍ଥୀ ହୋଇଥିବା ଦେବଜାନୀ ବେହେରା ମଧ୍ୟ ଚଳିତ ନିର୍ବାଚନରେ ଫେଲ୍ ମାରିଛନ୍ତି। ଚଳିତ ନିର୍ବାଚନରେ ବିଜେପି କୌଣସି ସ୍ଥାନରେ ମଧ୍ୟ ମହିଳାଙ୍କୁ ପ୍ରାର୍ଥୀ କରିନଥିଲା। ରାଇରଙ୍ଗପୁର ଆସନରୁ ସର୍ବାଧିକ ୩ ମହିଳା ପ୍ରାର୍ଥୀ ଥିବା ବେଳେ କରଞ୍ଜିଆ, ଉଦଳା, ମୋରଡ଼ା ଓ ବାରିପଦା ଆସନରୁ ୨ଜଣ ଲେଖାଏଁ ମହିଳା ପ୍ରାର୍ଥୀ ଥିଲେ। ବଡ଼ସାହି ଆସନରେ ଜଣେ ମାତ୍ର ମହିଳା ପ୍ରାର୍ଥୀ ଥିବା ବେଳେ ଯଶୀପୁର, ସାରସକଣା ଓ ବାଙ୍ଗିରିପୋଷିରେ ଆଦୌ ମହିଳା ପ୍ରାର୍ଥୀ ନଥିଲେ। ତେବେ ଏତେ ସଂଖ୍ୟକ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ଜଣେ ନିର୍ବାଚିତ ହେବା ମହିଳା ପ୍ରତିନିଧିତ୍ବକୁ ସଠିକ ପ୍ରମାଣିତ କରୁନଥିବା ଚର୍ଚ୍ଚା ହେଉଛି।
ମୟୂରଭଞ୍ଜ: ୧୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ଜଣେ ବିଜୟୀ
/sambad/media/post_attachments/wp-content/uploads/2019/05/basanti-final-bb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)