ଯାଜପୁର: କ୍ରସରରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ଧର୍ମଶାଳା ତହସିଲ ରାହାଡପୁର ସ୍ଥିତ ଏକ କ୍ରସରରେ ଅଘଟଣ ଘଟିଛି। ଶିବଶକ୍ତି ଷ୍ଟୋନ୍ କ୍ରସର ମେସିନ ଚକା ଖୋଲିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ୨ ଗୁରୁତର ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।
କାହାରି ପରିଚୟ ମିଳିନାହିଁ। ବଡ଼ଚଣା, ଜେନାପୁର ଓ ଧର୍ମଶାଳା ଥାନା ଆଇଆଇସି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଏଣେ କ୍ରସରର ମ୍ୟାନେଜରଙ୍କୁ ଥାନାରେ ଅଟକ ରଖାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/dead-new-indian-express.jpg)