ହଜିଲା ଶିଶୁପୁତ୍ର ମିଳିଲା: ୫୦ ହଜାର ଟଙ୍କାରେ ବିକ୍ରି କରିଥିଲା ବାପା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜଣେ ୧ ବର୍ଷର ଶିଶୁପୁତ୍ର ନୟାଗଡ଼ରୁ ଉଦ୍ଧାର ହୋଇଛି । ଶିଶୁପୁତ୍ରକୁ ତା’ର ବାପା ୫୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ତେବେ ପୁଲିସ ଅଭିଯୁକ୍ତ ଧରମ ବାପାକୁ ନୟାଗଡ଼ରୁ ଗିରଫ କରିଥିବା ବେଳେ ଶିଶୁିର ପ୍ରକୃତ ବାପା ଫେରାର ହୋଇଥିବା ଜଣାଯାଇଛି ।

ସୂଚନା ଅନୁସାରେ ଭୁବନେଶ୍ୱରର ନୟାପଲ୍ଲୀ ଅଂଚଳର ଅଭିଯୁକ୍ତ ବାପା ନୟାଗଡ଼ ଅଂଚଳର ଶ୍ରୀନିବାସ ଜେନା ନାମରେ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଥିଲା । ଶିଶୁପୁତ୍ର ନିଖୋଜ ହେବା ନେଇ ମା’ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ଅଭିଯୁକ୍ତ ଧରମ ବାପା ଶ୍ରୀନିବାସକୁ ଗିରଫ କରିଛି ।

ଆଇନ ଅନୁସାରେ ଶିଶୁକୁ କିଣିବା ଅଥବା ବିକିବା ଅପରାଧ କାମ । କିନ୍ତୁ ସୈତାନ ବାପା ଆଇନକୁ ନଡରି ନିଜର ଏକ ବର୍ଷର ଶିଶୁପୁତ୍ରକୁ ଅନ୍ୟ ହାତରେ ଟେକି ଦେଇଥିଲା । ତା ପାଇଁ ପୁତ୍ରର ବାତ୍ସଲ୍ୟ ପ୍ରେମ ବଡ଼ ଥିଲା । ୫୦ ହଜାର ଟଙ୍କା ପାଇଁ ସେ ଏଭଳି କାମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପୁତ୍ର ଉଦ୍ଧାର ହୋଇଥିବାରୁ ମା’ ବହୁତ ଖୁସି ଅନୁଭବ କରୁଛନ୍ତି ।

ସମ୍ବନ୍ଧିତ ଖବର