ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହନ ଦେଲେ ୧ ବର୍ଷ ଜେଲ ଦଣ୍ଡ ଅଥବା ୫ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍‌ ଆଜି ଓଡ଼ିଶା ବିଧାନସଭାରେ ପାରିତ ହୋଇଯାଇଛି। ଏହି ଆଇନ୍‌ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହନ ଦିଅନ୍ତି ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧ ବର୍ଷ ଜେଲ ଦଣ୍ଡ ଅଥବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ହୋଇପାରେ। ସେହିପରି ଧର୍ମଘଟକୁ ସମର୍ଥନ କରି ଆର୍ଥିକ ସହଯୋଗ କଲେ ସଂପୃକ୍ତ ବ୍ୟକ୍ତି ମଧ୍ୟ ଦଣ୍ଡିତ ହେବେ।

ସୂଚନାଯୋଗ୍ୟ ରାଜ୍ୟ ସରକାର ଅଗ୍ନିନିରାପତ୍ତା, ଜଙ୍ଗଲ, ଜେଲ ସଂସ୍କାର, ଅବକାରୀ, ଇଲେକଟ୍ରୋନିକ, ସୂଚନା ଓ ଯୋଗଯୋଗକୁ ଅତ୍ୟାବଶ୍ୟକ ସେବା ଭାବେ ବିବେଚନା କରିଛନ୍ତି।

ଜାଣନ୍ତୁ ବିଧେୟକରେ କ’ଣ ରହିଛି

-ଏହି ଅଧିନିୟମକୁ ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ସଂଶୋଧନ ଅଧିନିୟମ, ୨୦୨୦ ଭାବେ ଅବିହିତ କରାଯାଇପାରେ।
-ଓଡ଼ିଶା ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ) ଅଧିିନିୟମ, ୧୯୮୮ (ଯାହାକି ଏଠାରେ ମୂଳ ଅଧିନିୟମ ଭାବେ ସ୍ୱୀକୃତ)ର ପରିଚ୍ଛେଦ-୨ ଅନ୍ତର୍ଗତ ଧାରା-‘କ’ର ଉପଧାରା-(iv) ପରେ ନିମ୍ନେକ୍ତ ଉପଧାରା ଗୁଡ଼ି ସଂଯୁକ୍ତ ହେବ।
-ଅଗ୍ନି ନିରାପତ୍ତା, ସାଧାରଣ ଶୃଙ୍ଖଳା ତଥା ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ସହ ଜଡ଼ିତ ଯେ କୌଣସି ସେବା।
-ଖାଦ୍ୟ ଶସ୍ୟ କ୍ରୟ, ସଂଗ୍ରହ, ସଂରକ୍ଷଣ, ଯୋଗାଣ ଓ ବଣ୍ଟନ କାର୍ଯ୍ୟରେ ସଂପୃକ୍ତ ରାଜ୍ୟ ସରକାରଙ୍କ ମାଲିକାନାଭୁକ୍ତ ଓ ନିୟନ୍ତ୍ରଣାଧୀନ ଯେ କୌଣସି ସଂସ୍ଥା, ଉଦ୍ୟୋଗ ଅଥବା ଏଜେନ୍ସି ଦ୍ୱାରା ଯେ କୌଣସି ସେବା
-ଇଲୋକ୍ଟ୍ରୋନିକ ଏବଂ ସୂଚନା ଓ ଯୋଗାଯୋଗ ସହ ଜଡ଼ିତ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ କୌଣସି ସଂସ୍ଥା, ଉଦ୍ୟୋଗ ଅଥବା ଏଜେନ୍ସି ଯୋଗାଇ ଦେଉଥିବା ସେବାରେ ବ୍ୟାଘାତ ସୃଷ୍ଟି ହୋଇ ସାଧାରଣ ପ୍ରଶାସନ ବିପନ୍ନ ହେଉଥିବା ପରି ସେବା।
-ଯଦି ସରକାରଙ୍କ ବିଚାରରେ, ଅନ୍ୟ ଯେ କୌଣସି ସେବା କିମ୍ବା ପ୍ରସଙ୍ଗରେ ଧର୍ମଘଟ କାରଣରୁ କୌଣସି ଲୋକ ଉପଯୋଗୀ ସେବା ଓ ସାଧାରଣ ସୁରକ୍ଷା ବିପନ୍ନ ହୁଏ, ସେହି ସେବାଗୁଡ଼ିକ ସରକାରୀ ଗେଜେଟ ମାଧ୍ୟମରେ ଅତ୍ୟାବଶ୍ୟକ ସେବା ଭାବେ ଅଧିସୂଚିତ ହେବେ।

ସମ୍ବନ୍ଧିତ ଖବର