ଲାପ୍‌ଟପ୍‌ ଚୋରକୁ ବର୍ଷେ ଜେଲ୍‌

ରାଉରକେଲା: ଏକ ଲାପ୍‌ଟପ୍‌ ଚୋରି ମାମଲାର ଶୁଣାଣୀ କରି ବିଚାରପତି ଜଣେ ଚୋରକୁ ବର୍ଷେ ଜେଲ୍‌ଦଣ୍ଡ ସହ ୫ ହଜାର ଟଙ୍କା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେକ୍ଟର-୧୫ ଥାନାର ମିହିର ବେହୁରା ଓ ଅନ୍ୟ ୭ ସାକ୍ଷୀଙ୍କ ତଥ୍ୟ ଓ ବୟାନ ଆଧାରରେ ବିଚାରପତି ଶ୍ରୀ ଉମାକାନ୍ତ ବେହେରା ଏହି ରାୟ ଶୁଣାଇଛନ୍ତି। ସରକାରୀ ଓକିଲ ଅକ୍ଷୟ ସାହୁ ମାମଲା ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ, ସେକ୍ଟର-୧୭, ଏ -୧୯୨ କ୍ବାର୍ଟର୍ସରେ ରହନ୍ତି ପ୍ରଶାନ୍ତ କୁମାର ଦାସ ପରିବାର ସହ ରହନ୍ତି। ଗତ ଫେବୃ୍ଆରି ୨୫ ତାରିଖରେ ତାଙ୍କ କ୍ବାର୍ଟର୍ସରେ ପଶି ରାକେଶ ବାଗ୍‌ ନାମକ ଜଣେ ଯୁବକ ଲାପ୍‌ଟପ୍‌ ଚୋରି କରି ଫେରାର ହୋଇଯାଇଥିଲେ। ପ୍ରଶାନ୍ତଙ୍କ ଝିଅ  ଶ୍ବେତା ଦାସ ଏ ସଂକ୍ରାନ୍ତରେ ସେକ୍ଟର-୧୫ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ସେକ୍ଟର-୧୬ ସର୍ଭେଣ୍ଟ କ୍ବାର୍ଟର୍ସରୁ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରିଥି‌ଲା।

ସମ୍ବନ୍ଧିତ ଖବର