ବଜ୍ରକାପ୍ତା ଜବତ: ନୂଆପଡା ଯୁବକକୁ ଗିରଫ କଲା ଛତିଶଗଡ ପୁଲିସ୍‌

ନୂଆପଡା: ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲ୍ଲା ପୁଲିସ୍ ଦ୍ବାରା ବଜ୍ରକାପ୍ତା ଚୋରା ଚଳାଣ ବେଳେ ନୂଆପଡା ଜିଲ୍ଲାର ଜଣେ ବ୍ୟବସାୟୀ ଗିରଫ ହୋଇଛି। ବଜ୍ରକାପ୍ତାକୁ ପୋଲିସ ଜବତ କରିଛି । ଗତକାଲି ଗରିଆବନ୍ଧ ଜିଲ୍ଲା ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ଯେ, ଜିଲ୍ଲାର ମୈନପୁର ଅଞ୍ଚଳରେ ବଜ୍ରକାପ୍ତା ଚୋରାଚଳାଣ ଗୋାଷ୍ଠୀ ସକ୍ରିୟ ଅଛି । ମୈନପୁର ଥାନା ଅଧିକାରୀଙ୍କ ନେତୢତ୍ବରେ ଏକ ଟିମ ଗଠନ କରାଯାଇଥିଲା ।

ମୈନପୁର ଥାନା ଅଞ୍ଚଳର କୁଲହାଡିଘାଟ ଗାଁରେ ଜଣେ ଅଜଣା ଯୁବକ ଏକ ଝୋଟ ବସ୍ତାରେ କଣ ଧରି କାହାକୁ ଅପେକ୍ଷା କରି ଥିଲା । ତାକୁ ପଚରା ଉଚରା ପରେ ତା ବସ୍ତାକୁ ଖାନତଲାସି କଲା ପରେ ଏକ ଜୀବନ୍ତ ବଜ୍ରକାପ୍ତା ବାହାରି ଥିଲା । ଯୁବକଙ୍କୁ ଗିରଫ କରା ଯାଇ ବଜ୍ରକାପ୍ତାକୁ ଜବତ କରାଯାଇଛି । ଗିରଫ ଯୁବକ ଜଣକ ନୂଆପଡା ଜିଲ୍ଲା ସିନାପାଲି ଥାନା ଘୁଚାଗୁଡା ଗାଁର ପିତାମ୍ବର କଟା । ଆଜି ତାଙ୍କୁ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ରେ ଗିରଫ କରାଯାଇ କୋର୍ଟ ଚଳାଣ କରାଯାଇଛି । ବଜ୍ରକାପ୍ତା କେଊଁଠୁ ଧରିଥିଲା ଜଣା ପଡିନି ।

ସମ୍ବନ୍ଧିତ ଖବର