ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ଗଡ଼ଦ୍ୱାର ବାଉରୀସାହିରେ ଶନିବାର ଜଣଙ୍କ ଘରେ ଚଢ଼ଉ କରି ବ୍ରାଉନ୍‌ସୁଗାର କାରବାର ହେଉଥିବା ବେଳେ ୨୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗୁଇନ୍ଦା ସୂତ୍ରରୁ ବ୍ରାଉନ୍‌ସୁଗାର କାରବାର ହେଉଥିବା ସୂଚନା ପାଇ ଆଜି ଏସ୍ଆଇ ବିନୟ କୁମାର ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ୍ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପାଢ଼ୀ ବାର୍ ନିକଟ ଗଡ଼ଦ୍ୱାର ବାଉରୀସାହିର ବାବୁ ଦାସ ଓରଫ ଅଗାଧୁଙ୍କ ଘରେ ଚଢ଼ଉ କରିଥିଲେ । ଏଥିରେ ଘର ମାଲିକ ପ୍ରକାଶ ଦାସଙ୍କ ପୁଅ ବାବୁ ଦାସ (୨୧) ଓ କାଇପଦର ଟାଙ୍ଗୀ ସାହିର ଉମେଶ ଚନ୍ଦ୍ର ସାହୁ (୨୪)କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନ୍‌ସୁଗାର  ଜବତ କରିଥିଲେ । ଏନେଇ ୨୩୦/୨୦୨୩ରେ ଏକ ମାମଲା ରୁଜୁ କରିବା ସହ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ ସୂଚନା ଦେଇଛନ୍ତି ।

Advertisment