ଦେବବ୍ରତ ପାଇଁ କାଠଯୋଡ଼ି ଅଭିଶପ୍ତ !

କଟକ: ପୁଣି କାଠଯୋଡିକୁ ଡେଇଁଲେ ଯୁବକ । ବାରଙ୍ଗ ତ୍ରିଶୂଳିଆ ବ୍ରିଜ ଉପରୁ କାଠଯୋଡ଼ିକୁ ଜଣେ ଯୁବକ ଡେଇଁ ପଡିଛନ୍ତି । ଗାଡି ଓ ମୋବାଇଲ ଛାଡି ଯୁବକ ଜଣଙ୍କ ନଦୀକୁ ଡେଇଁ ପଡିଥିବା ସୂଚନା ମିଳିଛି । ତେବେ ନିଖୋଜ ଯୁବକଙ୍କ ନାଁ ଦେବବ୍ରତ ମାଝୀ ହୋଇଥିବା ଜଣାପଡିଥିବା ବେଳେ ତାଙ୍କ ଘର ଗାଢକଣା ଅଞ୍ଚଳର ବୋଲି ଜଣାପଡିଛି ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ତେବେ ଖବର ପାଇ ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି, ଆଉ ପୁଅର ବାଇକକୁ ଚିହ୍ନଟ କରିଛନ୍ତି । ତେବେ ଯୁବକ ଜଣଙ୍କ କିଛି ଦିନ ହେବ ମାନସିକ ଚାପରେ ରହିଥିଲେ , ସେଥିପାଇଁ ଏଭଳି କରିଥାଇ ପାରନ୍ତି ବୋଲି ଦେବବ୍ରତଙ୍କ ବାପା କହିଛନ୍ତି ।

ତେବେ କିିଛି ଦିନ ତଳେ ନିଆଳିର ଦେବବ୍ରତ ମହାପାତ୍ର କାଠଯୋଡିକୁ ଡେଇଁଥିଲେ । ପତ୍ନୀଙ୍କ ସହ ଝଗଡା ପରେ ଗାଡି ଥୋଇ ଦେବବ୍ରତ ଡେଇଁ ପଡିଥିଲେ । ତେବେ ଆଜି ପୁଣି ତ୍ରିଶୂଳିଆ ବ୍ରିଜରୁ କାଠଯୋଡି ନଦୀକୁ ଗାଢକଣାର ଦେବବ୍ରତ ଡେଇଁବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସମ୍ବନ୍ଧିତ ଖବର