ଜଣେ ଯୁବକ, ଦୁଇ ପରିଚୟ : ପଶ୍ଚିମବଙ୍ଗରେ ସେକ୍ ସୋଲେମାନ୍, ଓଡ଼ିଶାରେ ବିଟୁ ବିଶ୍ୱାସ

ଯାଜପୁର : ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ଜଳୁଥିବା ବେଳେ ଏଠାରେ ଜଣେ ଯୁବକଙ୍କ ଦୁଇଟି ପରିଚୟକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଯୁବକଜଣକ ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ରେ ଅବଦୁଲ ସଲାମଙ୍କ ପୁଅ ସୋଲେମାନ ସେକ୍ ବୋଲି ପରିଚିତ ଥିବା ବେଳେ ଓଡ଼ିଶା(ଯାଜପୁରରୋଡ଼)ରେ ଅଭିରାମ ବିଶ୍ବାସଙ୍କ ପୁଅ ବିଟୁ ବିଶ୍ବାସ ନାମରେ ପରିଚିତ। ସୋଲେମାନ ନିଜର ପରିଚୟକୁ ବାରମ୍ବାର ପରିବର୍ତ୍ତନ କରି ଏକାଧିକ ବିବାହ କରିବା ସହିତ ବ୍ୟାଙ୍କ ଓ ଗାଡ଼ି କିଣାବିକାରେ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଯାଜପୁରରୋଡ଼ ଥାନାରେ ଏତଲା ଦେଇଛନ୍ତି। ଏ ସଂପର୍କରେ ପୁଲିସ ଛାନଭିନ୍ ଆରମ୍ଭ କରିଛି।

drc.org.au

ପ୍ରକାଶଥାଉକି, ପଶ୍ଚିମବଙ୍ଗର ମୁର୍ସିଦାବାଦର ଅବଦୁଲ ସଲାମଙ୍କ ପୁଅ ସୋଲେମାନ୍ ସେକଙ୍କ ଭୋଟର ପରିଚୟ ନମ୍ବର ଏଚଭିଏଚ୨୪୭୪୮୪୯ ଓ ଆଧାର ନମ୍ବର ୯୮୭୭ ୨୭୨୯ ୧୯୬୭। ଏହି ନାମରେ ସୋଲେମାନ ତା୧୪/୬/୧୮ରେ ଏକ ବୋଲେରୋ(ଡବ୍ଲୁବି ୯୪ଏଫ୫୮୫୧) ସେଠାରେ କିଣିଛନ୍ତି। ଅଥଚ ୨୦୧୭ମସିହାରେ ବିଟୁ ବିଶ୍ବାସ ବୋଲି ପରିଚୟ ଦେଇ ନିଜ ବାପା ନାମକୁ ମଧ୍ୟ ପରିବର୍ତ୍ତନ କରି ଯାଜପୁର ରୋଡ଼ରେ ବିବାହ କରିଛନ୍ତି। ଏଠାରେ ଚଳିତ ବର୍ଷ ବିଟୁ ବିଶ୍ବାସ ନାମରେ ମୋଟର ସାଇକେଲ(ହୁଣ୍ଡା ଆକ୍ଟିଭା) ଓଡ଼ି ୩୪ କେ ୮୬୪୬ କିଣିଛନ୍ତି। ୨୦୧୭ ଜୁନ ୧୨ତାରିଖରେ ଭଦ୍ରକର ନୋଟାରିଙ୍କ ନିକଟରେ ରୋଜି ନାୟକଙ୍କୁ ବିବାହ କରିଥିବା‌ ବେଳେ ଭାରତ ମାତା ବିକାଶ ସମିତିରେ ବୈଦିକ ରୀତିରେ ସେପ୍ଟେମ୍ବର ୧୨ରେ ବିବାହ କରିଛନ୍ତି। ସୋଲେମାଲ ମଧ୍ୟ ଏହାପୂର୍ବରୁ ମୁର୍ସିଦାବାଦରେ ବିବାହ କରିଛନ୍ତି। ଏଠାରେ ମଧ୍ୟ ଆଉ ଏକ ଝିଅକୁ ବିବାହ କରିଥିବା ଖବର ମିଳିଛି।

ଓଡ଼ିଶାରେ ବିଟୁ ବିଶ୍ବାସ ଭାବେ ପରିଚୟ ଦେଇ ଗାଡିଘୋଡ଼ା, ଜମି,ବିବାହ ଓ ବ୍ୟାଙ୍କ କାରବାର କରି ବ୍ୟାସନଗର ବାସିନ୍ଦା ହୋଇଥିବା ବେଳେ ପଶ୍ଚିମବଙ୍ଗରେ ସୋଲେମାନ ନାମରେ ଗାଡ଼ିଘୋଡ଼ା ବିବାହ ଓ ଅନ୍ୟାନ୍ୟ ବ୍ୟବସାୟ କରୁଛନ୍ତି। ଏବେ ଏହା ଧରାପଡ଼ିବା ପରେ ବଜରଙ୍ଗଦଳର ବ୍ୟାସନଗର ସଂଯୋଜକ ସୁଶୀଲ କୁମାର ମଲ୍ଲିକ ଯାଜପୁରରୋଡ଼ ଥାନାରେ ଗତକାଲି ରାତିରେ ଏତଲା କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର