ଜଗନ୍ନାଥ ଓ ସୂର୍ଯ୍ୟ ମନ୍ଦିର ମରାମତି ପାଇଁ ୫କୋଟି ‌ଦେଲା ଓଏନ୍‌ଜିସି

ଭୁବନେଶ୍ବର : ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିରର ମରାମତ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଏନ୍‌ଜିସି ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ସଂସ୍ଥା (ଏଏସ୍‌ଆଇ)କୁ ୫କୋଟି ଟଙ୍କା ଆର୍ଥିକ ସହାୟତା ଦେଇଛି। ଏଥିପାଇଁ ଓଏନ୍‌ଜିସିକୁ େକନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟ ଏଏସ୍ଆଇ କରୁଥିବାବେଳେ ବାତ୍ୟା‌େର ଏହି ଦୁଇଟି ମନ୍ଦିରର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ଓଏନ୍‌ଜିସିର ସହାୟତା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର