ଭୁବନେଶ୍ବର : ବଜାରରେ ପିଆଜର ଚଢ଼ା ଦର ଓ ଯୋଗାଣ ନେଇ ଆଜି ମୁହଁ ଖୋଲିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ପିଆଜ ସମସ୍ୟାକୁ ସ୍ବୀକାର କରିବା ସହିତ କହିଛନ୍ତି, ଏହି ସମସ୍ୟା କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ପିଆଜକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପିଆଜ ଏବେ ଏକ ପ୍ରକାର ଜାତୀୟ ବିପତ୍ତି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣ ଦାୟୀ। ସାରା ଦେଶରେ ଦୈନିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଆବଶ୍ୟକ ପଡ଼ୁଛି। ପିଆଜ ସମସ୍ୟା ଲାଗି ରହିବାରୁ ଭାରତ ସରକାର ଇଜିପ୍ଟରୁ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ପ୍ରତିଦିନ ଇଜିପ୍ଟରୁ ୧ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ ହେଉଛି। ମହାରାଷ୍ଟ୍ରର ନାସିକରେ ଏକର ପିଛା ୩ ଟନ୍ ଉତ୍ପାଦନ ହେଉଥିଲା। କିନ୍ତୁ ଏବେ ମାତ୍ର ୧୦ କ୍ବିଣ୍ଟାଲ ପିଆଜ ଉତ୍ପାଦନ ହେଉଛି। ତେବେ ସରକାର ପିଆଜର ଦର ବଢ଼ୁଥିବା ନେଇ ଚିନ୍ତିତ ଥିବା ସେ କହିଥିଲେ।
ପିଆଜ ସମସ୍ୟା ଏକ ପ୍ରକାର ଜାତୀୟ ବିପତ୍ତି: ଯୋଗାଣ ମନ୍ତ୍ରୀ
/sambad/media/post_attachments/wp-content/uploads/2019/11/onion3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)