କଳାବଜାରୀଙ୍କ ଉପରେ ଚଢ଼ଉ ଜାରି ସୂଚନା ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ
ଭୁବନେଶ୍ବର: ୪ ମାସ ହେଲାଣି ଲୋକଙ୍କୁ ପିଆଜ କନ୍ଦାଇଲାଣି। ମହାରାଷ୍ଟ୍ର ଓ ଇଜିପ୍ଟରୁ ପିଆଜ ଆସିବା ପରେ ବି ସ୍ଥାନୀୟ ମାର୍କଟରେ ପିଆଜର ଖୁଚୁରା ଦର କମୁନି କି ଖାଉଟି ଆଶ୍ବସ୍ତ ହୋଇପାରୁନାହାନ୍ତି। ଖୁଚୁରା ବଜାରରେ ଏବେ ବି ପିଆଜ କିଲୋ ପ୍ରତି ୯୦ରୁ ୧୦୦ ଟଙ୍କା ବିକ୍ରି ହେଉଛି। ଆଜି ପୁଣି ଥରେ ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଶ୍ବାସନା ଦେଇ କହିଛନ୍ତି ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ପିଆଜ ଦର କମିବ। ମନ୍ତ୍ରୀ କହିଥିଲେ ବର୍ତ୍ତମାନ ଚାହିଦା ମୁତାବକ ପିଆଦ ଉତ୍ପାଦନ କମ ହେଉଛି ସେଥିପାଇଁ ବଜାରରେ ଚଢ଼ା ଦର ରହିଛି। ତେବେ ପିଆଜ କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ଉ ଜାରି ରହିଛି। ଯେଉଁଠି ବି କଳବଜାରୀ ହେଉଛି ସେ ନେଇ ଜିଲ୍ଲା ପ୍ରଶାସନ କିମ୍ବା ଯୋଗାଣ ଅଧିକାରୀଙ୍କୁ ସୂଚନା ଦେଲେ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।
ଦୁଇ ତିନି ଦିନ ଭିତରେ ପିଆଜ ଦର କମିବ: ଯୋଗାଣ ମନ୍ତ୍ରୀ
ଚାହିଦା ତୁଳନାରେ ଉତ୍ପାଦନ କମ୍ ହେଉଛି
/sambad/media/post_attachments/wp-content/uploads/2019/12/Onion.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)