ନୂଆବର୍ଷରେ କମିବ ପିଆଜ ଦର !

ଭୁବନେଶ୍ୱର: ଡିସେମ୍ବର ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ | ଅର୍ଥାତ ନୂଆ ବର୍ଷରେ ପିଆଜ ଦର କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି | ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି । ୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦେଶରେ ଦୈନିକ ଆବଶ୍ୟକ । ୧ ଲକ୍ଷ ମେଟ୍ରିକ ଟନ ପିଆଜ କେନ୍ଦ୍ର ସରକାର ବିଦେଶରୁ ଆଣିଛନ୍ତି , ଯାହା ସମୂଦ୍ରକୁ ଶଙ୍ଖେ ବୋଲି ମନ୍ତ୍ରୀ କହିଛନ୍ତି ।

photo by : jansatta.com

ଓଡ଼ିଶାରେ ଚଳିତ ବର୍ଷ ୨୬ ପ୍ରତିଶତ କମ ଚାଷ ହୋଇଛି । ଅଧିକ ପିଆଜ ଚାଷ ପାଇଁ କୃଷକଙ୍କୁ ପ୍ରୋତ୍ସାହନ ଦେବା ଉଚିତ । ଏହା ଜାତୀୟ ବିପର୍ଯ୍ୟୟ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଶସ୍ତାରେ ପିଆଜ ବିକିବା ପ୍ରସଙ୍ଗରେ କଂଗ୍ରେସକୁ କଟାକ୍ଷ କରିଛନ୍ତି ମନ୍ତ୍ରୀ | କଂଗ୍ରେସ ଶୂନ୍ୟରେ ପିଆଜ ଉତ୍ପାଦନ କଲେ ବି ସ୍ବାଗତ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

ଏଠାରେ ସୂଚନା ଥାଉ କି ପିଆଜ ଦର ୧୦୦ ଟପିବା ପରେ ଏହା ଖାଉଟିଙ୍କୁ କଲବଲ କରୁଛି । ହୁତୁହୁତ ହୋଇ ବେଲଗାମ ଭାବେ ରାଜ୍ୟରେ ପିଆଜ ଦର ବଢିଚାଲିଛି । ଦେଶର ତଥା ରାଜ୍ୟରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ଦେଶର ବିଭିନ୍ନ ସ୍ଥାନରେ ପିଆଜ ମୂଲ୍ୟ ୧୫୦ ଟଙ୍କାରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର