ଭୁବନେଶ୍ବର : ରାଜ୍ୟରେ କେବଳ ଅନୁଗୁଳ ଏବଂ ବଲାଙ୍ଗୀରରେ ୨ଟି ପିଆଜ ଗୋଦାମ ରହିଛି। ପିଆଜ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ କଳାହାଣ୍ଡି, ବରଗଡ଼, ନୂଆପଡ଼ା, ଅନୁଗୁଳ ଏବଂ ବୌଦ୍ଧରେ ସମୁଦାୟ ୬ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ପାଇଁ ଓସାମ ବୋର୍ଡ ପକ୍ଷରୁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ (ଓସାମ ବୋର୍ଡ)ର ମହାପ୍ରବନ୍ଧକ ଧରିତ୍ରୀ ମିଶ୍ର। ଏଥିପାଇଁ ୭ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଅଟକଳ ପ୍ରସ୍ତୁତ ହୋଇଛି।

Advertisment

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କୋଦଳାରେ ୨୫୦ ମେଟ୍ରିକ ଟନ‌୍, ଜୁନାଗଡ଼, ବୋରାଗୁଡ଼ାରେରେ ୫୦୦-୫୦୦ ମେଟ୍ରିକ ଟନ୍‌, ବରଦା, ଏମ. ରାମପୁରରେରେ ୫୦୦-୫୦୦ ମେଟ୍ରିକ ଟନ, ଭବାନୀପାଟନା, କେସିଙ୍ଗାରେରେ ୨୫୦-୨୫୦ ଲେଖାଏଁ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଗୋଦାମ ଖୋଲିବା ନେଇ ଯୋଜନା ରହିଛି। ବରଗଡ଼ ଜିଲ୍ଲାର ଭଟଲି, ପଦମପୁରରେ ୨୫୦-୨୫୦ ମେଟ୍ରିକ, ନୂଆପଡ଼ା ଜିଲ୍ଲାର କୋମନା ବ୍ଲକରେ ୧୦୦୦ ମେଟ୍ରିକ ଟନ୍‌ର ୨ଟି, ଅନୁଗୁଳ ଜିଲ୍ଲାର ଲୁହାମୁଣ୍ଡାରେ ୨୫୦ ମେଟ୍ରିକ ଟନ୍‌ର ଗୋଟିଏ, ବୌଦ୍ଧ ଜିଲ୍ଲାରେ ୨୫୦ ମେଟ୍ରିକ ଟନ୍‌ର ଦୁଇଟି ଗୋଦାମ କରାଯିବ। ଏଥିପାଇଁ ଟେଣ୍ଡର ସରିଛି। ଖୁବଶୀଘ୍ର କାର୍ଯ୍ୟାଦେଶ ଜାରି ହେବ। ଅନୁଗୁଳ ଜିଲ୍ଲାରେ ଗୋଦାମ ପାଇଁ ସ୍ଥାନ ଚିହ୍ନଟ ହୋଇ ପାରିନାହିଁ।