ଯୁକ୍ତ ୨ ନାମଲେଖା ପାଇଁ ବଢ଼ିଲା ଆବେଦନ ଅବଧି: ଜୁନ ୨୫ ପର୍ଯ୍ୟନ୍ତ ଆବେଦନ କରି ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ୨ରେ ନାମଲେଖା ପାଇଁ ଆବେଦନ ଅବଧି ବଢ଼ିଛି। ଛାତ୍ରଛାତ୍ରୀ ମାନେ ଅନ୍‌ଲାଇନ୍‌ ଜରିଆରେ ଜୁନ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସେହିପରି ଅଫଲାଇନ୍‌ରେ ଜୁନ ୨୬ ପର୍ଯ୍ୟନ୍ତ ଆବେଦନ କରିହେବ। ପୂର୍ବରୁ ଜୁନ ୨୧ ଶେଷ ତାରିଖ ଥିଲା।

ନାମଲେଖା ପାଇଁ ପ୍ରଥମ ମେରିଟ୍‌ ଲିଷ୍ଟ ଜୁଲାଇ ୨ରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩ରୁ ୬ ଯାଏଁ ଚାଲିବ। ଦ୍ଵିତୀୟ ମେରିଟ୍‌ ଲିଷ୍ଟ ୧୨ରେ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୨ରୁ ୧୬ ଯାଏ ନାମ ଲେଖାଇ ପାରିବେ। ଜୁଲାଇ ୨୯ରୁ କଲେଜ ଗୁଡ଼ିକରେ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର