ଶିକ୍ଷାଗତ ଆର୍ଥିକ ସହାୟତା ନିମନ୍ତେ ଶ୍ରମିକଙ୍କ ସନ୍ତାନସନ୍ତତିଙ୍କ ଠାରୁ ଅନ୍‌ଲାଇନ୍‌ ଆବେଦନ ଆହ୍ବାନ

ଭୁବନେଶ୍ୱର : ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ, ଶ୍ରମ କଲ୍ୟାଣ ସଂଗଠନ  ଓ କଲ୍ୟାଣ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ବିଡି, ଚଳଚ୍ଚିତ୍ର, ଲୌହ, ମାଙ୍ଗାନିଜ୍‌, କ୍ରୋମ, ଚୁନପଥର ଓ ଡୋଲାମାଇଟ୍‌ ଖଣି ଶ୍ରମିକଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନିୟମିତ ସ୍ବୀକୃତିପ୍ରାପ୍ତ ପାଠ୍ୟକ୍ରମରେ ଅଧ୍ୟୟନରତ ଶ୍ରମିକଙ୍କ ସନ୍ତାନସନ୍ତତିଙ୍କ ଠାରୁ ଶିକ୍ଷାଗତ ଆର୍ଥିକ ସହାୟତା ନିମନ୍ତେ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରାଯାଉଛି। ଆବେଦନକାରୀ ଛାତ୍ରଛାତ୍ରୀମାନେ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାନ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଆବଶ୍ୟକ।

ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ (ପ୍ରଥମଠାରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ବୈଷୟିକ ପାଠ୍ୟକମରେ ଅଧ୍ୟୟନ) କେବଳ ଅନ୍‌ଲାଇନ୍‌ ମାଧ୍ୟମରେ National Scholarship Portal (www.scholarships.gov.in) ଜରିଆରେ ଆବେଦନ କରିବେ ଏବଂ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଉକ୍ତ ଆବେଦନପତ୍ର ଗୁଡିକୁ ଶିକ୍ଷାନୁଷ୍ଠାନର User ID ଓ Password ସାହାଯ୍ୟରେ ଯାଞ୍ଚ କରି ସେହି ୱେବ୍‌ସାଇଟ୍‌ ଜରିଆରେ ପଠାଇବେ। ଶିକ୍ଷାନୁଷ୍ଠାନର ଅନୁମୋଦନ ବିନା କୌଣସି ଆବେଦନପତ୍ର Welfare Commissionerଙ୍କ ନିକଟରେ ଅନୁମୋଦନ ପାଇଁ ପହଞ୍ଚି ପାରିବନାହିଁ।

ଆବେଦନ କରିବାର ଶେଷ ତାରିଖ: ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତୀମାନଙ୍କ ପାଇଁ ୧୫.୧୧.୨୦୨୧ ଏବଂ ଶିକ୍ଷାନୁୁଷ୍ଠାନ ପାଇଁ ୧୫.୧୨.୨୦୨୧ ତାରିଖ ରଖାଯାଇଥିବା ବେଳେ +୨ ଏବଂ ତଦୁର୍ଦ୍ଧ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ୩୦.୧୧.୨୦୨୧ ଏବଂ ଶିକ୍ଷାନୁଷ୍ଠାନ ପାଇଁ ୧୫.୧୨.୨୦୨୧ ତାରିଖ ଧାର୍ଯ୍ୟ କରାଯାଇଛି।

ଛାତ୍ରଛାତ୍ରୀମାନେ ଆବେଦନ ପ୍ରକ୍ରିୟାରେ କୌଣସି ପ୍ରକାରର ସହାୟତା ଏବଂ ସ୍ପଷ୍ଟୀକରଣ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର National Scholarship Portalର User ID ଓ Password ପାଇଁ ଏହି କାର୍ଯ୍ୟାଳୟର କଲ୍ୟାଣ ପ୍ରଶାସିକା, ଶ୍ରୀମତୀ ସ୍ମୃତିପ୍ରଭା ସାହୁଙ୍କ ସହିତ ଟେଲିଫୋନ୍‌ ନମ୍ବର ୦୬୭୪-୨୫୫୭୬୮୦ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର