ଅନ୍‌-ଲାଇନ୍‌ ବୁକିଂ ଜରିଆରେ ରବିନ୍ଦ୍ରମଣ୍ଡପ ରିଜର୍ଭେସନ୍‌ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ, ଏନ୍‌ଆଇସି ପ୍ରସ୍ତୁତ କରିବ ଡିଜାଇନ୍‌

ଭୁବନେଶ୍ୱର: ସଂସ୍କୃତି ବିଭାଗ ଅଧୀନସ୍ଥ ରବିନ୍ଦ୍ରମଣ୍ଡପ, ଭଞ୍ଜକଳାମଣ୍ଡପ ଓ ଉତ୍କଳମଣ୍ଡପ ରିଜର୍ଭେସନ୍‌ ପାଇଁ ଆଉସଂସ୍କୃତି ବିଭାଗର ବିଭିନ୍ନ ଅଫିସ୍‌ ବା କର୍ମକର୍ତ୍ତାଙ୍କ ନିକଟକୁ ଦୌଡ଼ିବାକୁ ପଡ଼ିବ ନାହିଁ। କେଉଁ ଦିନ ପ୍ରେକ୍ଷାଳୟ ଖାଲି ଅଛି ବା ନାହିଁ ତାହା ଜାଣିବା ପାଇଁ କୌଣସି ବ୍ୟକ୍ତିବିଶେଷ ବା ଅନୁଷ୍ଠାନକୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବଶ୍ରୀଘ୍ର ଅନ୍ଲାଇନ୍‌ ବୁକିଂ ବା ଇ-ରିଜର୍ଭେସନ୍‌ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛିା

ଏ ସଂକ୍ରାନ୍ତରେ ଆଜି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ସୂଚନା ମୁତାବକ ଇ-ରିଜର୍ଭେସନ୍‌ ପାଇଁ ନ୍ୟାସନାଲ୍‌ ଇନ୍‌ଫରମେଟିକ୍‌ ସେଣ୍ଟର ଆବଶ୍ୟକ ଡିଜାଇନ୍‌ ଓ ସମୁଦାୟ ଆପ୍‌ ପ୍ରସ୍ତୁତ କରିବୋ ଉଦ୍ଦିଷ୍ଟ ଆପ୍‌ ଟି ଖୁବ୍‌ ସରଳ ହେବା ଯେ କୌଣସି ବ୍ୟକ୍ତି କେତୋଟି ମାତ୍ର କ୍ଲିକ୍‌ରେ ଆସନ୍ତା ତିନିମାସ ପାଇଁ ଭ୍ୟାକେନ୍‌ସି, ଦେୟ ଟଙ୍କା ଫେରସ୍ତ ବା କଟିବା (ଡିଡକ୍ସନ୍‌), କେଉଁ ସମୟରେ ଖାଲି ଅଛି ଇତ୍ୟାଦି ସବିଶେଷ ତଥ୍ୟ ପାଇପାରିବୋ ଏଥପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ବୁଝାମଣା ହେବା ଆସନ୍ତା ମାସେ ଦୁଇମାସ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବୋ

ବିଭାଗୀୟ ମନ୍ତ୍ରୀ ପାଣିଗ୍ରାହୀ ଏହି ମର୍ମରେ କହିଛନ୍ତି ଯେ, ଏହା ଦ୍ୱାରା ସମୟ ସଞ୍ଚୟ ସହ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ପ୍ରତି ବାଛବିଚାର ରହୁଛି ବୋଲି ଯେଉଁ ଅଭିଯୋଗ ହୋଇଆସୁଛି ତାହା ଆଉ ହେବନାହିଁ। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତା ଆସିବା ସହ ରବିନ୍ଦ୍ରମଣ୍ଡପ ପରି ଏକ ପୁରାତନ ପ୍ରେକ୍ଷାଳୟ ନୂତନ ପରିଚୟ ବହନ କରିବା ମାନ୍ୟୁଆଲ୍‌ ବ୍ୟବସ୍ଥାରୁ ଉତ୍ତୀର୍ଣ୍ଣ ହୋଇ ୩ ଗୋଟି ମଣ୍ଡପ ଟେକ୍ନୋଲୋଜି ଦିଗକୁ ଦୁଇପାଦ ଆଗକୁ ବିବୋ ଆଜିର ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଏନ୍‌ଆଇସି, ଭୁବନେଶ୍ୱର ଶାଖାର ବରିଷ୍ଠ କର୍ମକର୍ତ୍ତା ବିଭୁପ୍ରସାଦ ମିଶ୍ର, ବି.ବି. ଷଡଙ୍ଗୀ ଓ ଆର୍‌.କେ. ମହାରଣାଙ୍କ ସମେତ ତିନିଗୋଟି ପ୍ରେକ୍ଷାଳୟର ମ୍ୟାନେଜରମାନେ ଉପସ୍ଥିତ ଥଲୋ

ସମ୍ବନ୍ଧିତ ଖବର