ସଂସ୍କୃତି ବିଭାଗ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ; ଏଣିକି ପ୍ରେକ୍ଷାଳୟର ଅନ୍‌ଲାଇନ୍‌ ବୁକିଂ ହେବ

ଭୁବନେଶ୍ବର : ଏଣିକି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ବୁକିଂ ପାଇଁ ଆଉ ସଂସ୍କୃତି ବିଭାଗ କାର୍ଯ୍ୟାଳୟ କିମ୍ବା ବିଭିନ୍ନ ଅଫିସ୍‌ର କର୍ମକର୍ତାଙ୍କ ନିକଟକୁ ଧାଇଁବାକୁ ପଡ଼ିବନି। କେଉଁ ପ୍ରେକ୍ଷାଳୟ କେବେ ଖାଲି ଅଛି, ଜାଣିବା ପାଇଁ ଆଉ ହଟହଟା ହେବାକୁ ପଡ଼ିବ ନାହିଁ। ଆଜି ସଂସ୍କୃତି ଭବନରେ ରବୀନ୍ଦ୍ର ମଣ୍ଡପ, ଭଂଜ କଳାମଣ୍ଡପ ଓ ଉତ୍କଳ ମଣ୍ଡପ ଅନ୍‌ଲାଇନ୍‌ ବୁକିଂ ତଥା ଇ-ରିଜର୍ଭେସନ୍‌ ବ୍ୟବସ୍ଥା ପାଇଁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସହ ବୁଝାମଣା ସ୍ବାକ୍ଷରିତ ହୋଇଛି ।

ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଲେ ଯେ ଏହା ଫଳରେ ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ମାର୍ଗଦର୍ଶିକା ସଂପୂର୍ଣ୍ଣ ଫଳପ୍ରଦ ହୋଇ ପାରିବା ସଂସ୍କୃତି ବିଭାଗ ପକ୍ଷରୁ କ୍ରମେ କ୍ରମେ ବୈଷୟିକ ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରାଉଛି ବୋଲି ଉଲ୍ଲେଖ କରିବା ସହିତ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏ ପରି ରାଜିନାମା ଫଳରେବିଭାଗ ଅଧିନସ୍ଥ ମଣ୍ଡପଗୁଡ଼ିକର ସଂରକ୍ଷଣ ଓ ଦେୟ ପ୍ରଦାନ ଅବାଧ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ।

ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ରିଜର୍ଭେସନ୍‌ ପାଇଁ ନ୍ୟାସ୍‌ନାଲ୍‌ ଇନ୍‌‌ଫରମେଟିକ୍‌ ସେଣ୍ଟର୍‌ ଆବଶ୍ୟକ ଡିଜାଇନ୍‌ ଓ ଆପ୍‌ ପ୍ରସ୍ତୁତ କରିଛି। ଯେକୌଣସି ବ୍ୟକ୍ତି କେତୋଟି କ୍ଲିକ୍‌ରେ ସବିଶେଷ ତଥ୍ୟ ହାସଲ କରିପାରିବ।

ସମ୍ବନ୍ଧିତ ଖବର