କଟକ: ମାଟ୍ରିକ ଛାତ୍ରଛାତ୍ରୀଙ୍କର ଯେଉଁ ବିଷୟ ନମ୍ବରକୁ ନେଇ ସନ୍ଦେହ ରହିଛି, ସେମାନେ ଚଳିତ ମାସ ୨୩ ତାରିଖରୁ ଚେକିଂ-ଆଡିସନ ପାଇଁ ଅନ୍‌ଲାଇନରେ ଆବେଦନ କରିପାରିବେ। ବୋର୍ଡର ୱେବସାଇଟ୍ www.bseodisha.ac.in ରେ ଏଥିପାଇଁ ଆବେଦନ କରିବାର ସୁଯୋଗ ରହିଛି।

Advertisment

ଅନ୍ୟପଟେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବୋର୍ଡ କାର୍ଯ୍ୟାଳୟରେ ନିର୍ଦ୍ଦିଷ୍ଟ ଫର୍ମରେ ଅଫ୍‌ଲାଇନ୍‌ରେ ଆବେଦନ କରିବେ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।