ଭୁବନେଶ୍ୱର: କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ୧୭ ତାରିଖ ଠାରୁ ସ୍କୁଲ କଲେଜଗୁଡ଼ିକ ବନ୍ଦ ରହିଥିବା ବେଳେ ପାଠପଢ଼ାରେ ଘୋର ଅସୁବିଧା ହୋଇଛି। କୋଭିଡ-୧୯ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅନ୍ଲାଇନ୍ କ୍ଲାସ ନେଇ ଗାଇଡଲାଇନ ଜାରି କରିଛି । ଏହି ଅନ୍ଲାଇନ୍ କ୍ଲାସ ମାଧ୍ୟମରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ। ଏ ନେଇ ଉଚ୍ଚଶିକ୍ଷା ସଚିବ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୩ ତାରିଖ ଠାରୁ ଅନ୍ଲାଇନ୍ କ୍ଲାସ ଆରମ୍ଭ କରିବା ପାଇଁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।
ଉଚ୍ଚଶିକ୍ଷା ବିଭାଗ ଗାଇଡଲାଇନ୍
-ପିଲାମାନଙ୍କୁ ନେଇ ହ୍ଵାଟସ୍ଆପ୍ ଗ୍ରୁପ ହେବ। ଏଥିରେ ୩୨ ଜଣ ଛାତ୍ରଛାତ୍ରୀ ଯୋଡ଼ିହେବେ।
-ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ।
-ଘରେ ପଢ଼ିବାକୁ ଶିକ୍ଷକମାନେ ହ୍ଵାଟସ୍ଆପ୍ ଅଥବା ମେଲ ମାଧ୍ୟମରେ ନୋଟ୍ସ ଦେବେ।
-ଦିନକୁ ୨ରୁ ୩ ଘଣ୍ଟା ଅନ୍ଲାଇନ୍ କ୍ଲାସ ହେବ। ସପ୍ତାହରେ ୩ ଦିନ କ୍ଲାସ ଚାଲିବ।
-ଗୁଗୁଲ ମିଟ୍, ଜୁମ ଓ ସ୍କାଇପ୍ ଆପ୍ ଜରିଆରେ ଅନ୍ଲାଇନ୍ କ୍ଲାସ ହେବ।
-ସେହିପରି ଅନ୍ଲାଇନ୍ କ୍ଲାସ ଯେଉଁମାନେ କରିବେ, ସେମାନଙ୍କର ଉପସ୍ଥାନ ନିଆଯିବ।