ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୧ ତାରିଖଠାରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହେବ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଶ୍ୱବିଦ୍ୟାଳୟ କୁଳପତି ଓ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟର ଅଧକ୍ଷମାନଙ୍କୁ ଚିଠି ଲେଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୧ ଜାନୁଆରି ୧୧ ତାରିଖ ଠାରୁ ଅଫ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହୋଇଯାଇଛି। ସେହିପରି ୨୦୨୧ ଫେବ୍ରୁଆରି ୧୦ ତାରିଖ ଠାରୁ ସ୍ନାତକୋତ୍ତର ପ୍ରଥମ ବର୍ଷ ଏବଂ ତିନି ବର୍ଷୀୟ ସ୍ନାତକ ପାଠ୍ୟକ୍ରମର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ସହ ୪ ବର୍ଷୀୟ ସ୍ନାତକ ପାଠ୍ୟକ୍ରମର ତୃତୀୟ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍ଲାଇନ୍ ମାଧ୍ୟମରେ ଆରମ୍ଭ ହୋଇଯାଇଛି।
କୋଭିଡ-୧୯ କଟକଣା ନିୟନ୍ତ୍ରଣକୁ ଆସିପାରି ନଥିବାରୁ ଯୁକ୍ତ ୩ ପ୍ରଥମ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍ଲାଇନ୍ରେ ହୋଇପାରୁ ନାହିଁ। କିନ୍ତୁ ପାଠପଢ଼ା ଶୀଘ୍ର ଆରମ୍ଭ ନ କରାଗଲେ ଯୁକ୍ତ ୩ ଶ୍ରେଣୀର ପିଲାମାନେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ୩ ପ୍ରଥମ ଶ୍ରେଣୀର ପାଠପଢ଼ା ମାର୍ଚ୍ଚ ୧ରୁ ଆରମ୍ଭ କରିବାକୁ କୁହାଯାଇଛି।