ଜୁନ୍‌ ୧ରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ୍‌ କ୍ଲାସ

ଭୁବନେଶ୍ବର : ଜୁନ୍ ପହିଲାରୁ ଡିଗ୍ରି କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ ହେବ। ବର୍ତ୍ତମାନ ସମୟରେ ଶ୍ରେଣୀଗୃହରେ ପାଠପଢ଼ା ସମ୍ଭବପର ନ ଥିବାରୁ ପୂର୍ବ ଭଳି ପ୍ରଫେସର, ଅଧ୍ୟାପକମାନେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ। ଶିକ୍ଷାନୁଷ୍ଠାନ ଜୁନ୍‌ ୧ରୁ ଖୋଲୁଥିଲେ ମଧ୍ୟ ପରବର୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ହଷ୍ଟେଲଗୁଡ଼ିକ ବନ୍ଦ ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ ଯୋ‌ଗେ ଆଜି ସୂଚନା ଦିଆଯାଇଛି। ୟୁଜିସିର ନିଷ୍ପତ୍ତି ପରେ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ମଧ୍ୟ ବିଭାଗ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ ଯେ ରାଜ୍ୟରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର