ଚାଟିଂ, ଡେଟିଂ ଓ ବ୍ଲାକ୍‌ମେଲିଂ; ଶାରୀରିକ ସଂପର୍କ ରଖି ଯୁବକଙ୍କୁ ଠକିଲେ ରାଜଧାନୀ ଯୁବତୀ

ପ୍ରଥମେ ଚାଟିଂ ତାପରେ ଡେଟିଂ, ଆଉ ଶାରିରୀକ ସମ୍ପର୍କ ରଖିବା ପରେ ବ୍ଲାକମେଲିଂ । ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଜଣେ ଯୁବତୀ ଟିଣ୍ଡର ଆପରେ ଯୁବକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଆଗକୁ ବଢିଛି କାହାଣୀ । କାହାଣୀର ମୋଡ଼ ସେତେବେଳେ ବଦଳିଛି ଯେତେବେଳେ ଯୁବତୀ ଜଣଙ୍କ ତାଙ୍କର କାରନାମା ଦେଖାଇଛନ୍ତି । ପୂରା ଘଟଣା ପଛରେ ଏକ ଗ୍ୟାଙ୍ଗର ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି ।

ପ୍ରେମ, ପ୍ରତାରଣା ଆଉ ବ୍ଲାକମେଲିଂର ଏ କାହାଣୀ ଶୁଣିଲେ ଆପଣ ତାଜୁବ ହୋଇଯିବେ । ବ୍ଲାକମେଲର ଶିକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ସୁନିଲ ମିଶ୍ର । ଟିଣ୍ଡର ଆପରେ ସୋନପୁରର ଜଣେ ଯୁବତୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ସୁନିଲ । ବାସ ମନ ମିଶିଗଲା ଆଉ ପ୍ରେମ ହୋଇଗଲା । ଆରମ୍ଭ ହୋଇଗଲା ନମ୍ବର ଦିଆନିଆ ।

ଜାନୁଆରୀ-୨ ସକାଳେ ସୁନିଲ ଓ ଏହି ଯୁବତୀ କଥାବାର୍ତା ଆରମ୍ଭ କଲେ।
ଜାନୁଆରୀ-୨ ସନ୍ଧ୍ୟା ସମୟରେ ଉଭୟ ପରସ୍ପରକୁ ଭେଟିଲେ।
ଜାନୁଆରୀ-୩ ଡେଟିଂ କରିବା ପାଇଁ ରାଜି ହେବା ସହିତ ସୁନିଲଙ୍କ ରୁମ୍‌କୁୁ ଆସିଥିଲେ ଯୁବତୀ।
ଜାନୁଆରୀ-୪ ପୂର୍ବଦିନରୁ ୪ ତାରିଖ ଯାଏଁ ସୁନିଲଙ୍କ ରୁମରେ ରହିଲେ ଯୁବତୀ।
ଏହି ୨୪ଘଂଟାର ରହଣି ମଧ୍ୟରେ ଉଭୟଙ୍କ ମଧ୍ୟରେ ରହିଥିଲା ଶାରିରୀକ ସମ୍ପର୍କ ।

ଏହି ଘଟଣାର ୩ ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । ହେଲେ ୭ ତାରିଖ ବେଳକୁ ବଦଳିଗଲା କାହାଣୀର ମୋଡ଼ । ହସ୍ପିଟାଲକୁ ଯିବା ପାଇଁ ଜିଦ ଧରି ବସିଥିଲେ ଯୁବତୀ । ଆଉ ୮ ତାରିଖ ଦିନ ବାଇକରେ ବସାଇ ଯୁବତୀଙ୍କୁ ନେଉଥିବା ବେଳେ ଯାହା ଘଟିଲା ତାହା ଆପଣଙ୍କୁ ଚମକାଇ ଦେବ । ହସ୍ପିଟାଲ ଯିବା ବାଟରେ ହଠାତ ବାହାନା ଦେଖାଇ ବାଇକକୁ ରଖିବାକୁ କହିଥିଲେ ଯୁବତୀ । ଅଚାନକ ୨ଜଣ ଅଜଣା ଯୁବକ ଆସି ସୁନିଲଙ୍କୁ ଆକ୍ରମଣ କରିବା ସହିତ ମୋବାଇଲ, ଟଙ୍କା ଲୁଟିନେଇଥିଲେ । ସୁନିଲକୁ ଏକ ରୁମକୁ ନେଇ ସେଠାରେ ବନ୍ଦି କରି ରଖିଥିଲେ । ଗୁଗୁଲ ପେରେ ୧୦ ହଜାର ଟଙ୍କା ନେବା ସହିତ କ୍ରେଡିଟ କାର୍ଡରେ କିଣାବିକା କଲେ । ଅଜଣା ଯୁବକଙ୍କ ଦାବି ଥିଲା ୫ଲକ୍ଷ ଦେଲେ ସବୁ ସମାଧାନ ହୋଇଯିବ ।

ସୁନିଲଙ୍କ ସନ୍ଦେହ ହେଲା, ଏହି ଯୁବତୀ ଜଣଙ୍କ ଏକ ଗ୍ୟାଙ୍ଗରେ ସାମିଲ ଅଛନ୍ତି । ଏହିପରି ଟିଣ୍ଡର ଆପରେ ଯୁବକମାନଙ୍କୁ ଟ୍ରାପ କରି ସେମାନଙ୍କୁ ବ୍ଲାକମେଲ କରିବାର ପୂରା ଷଡଯନ୍ତ୍ର ରଚୁଛି ଏହି ଗ୍ୟାଙ୍ଗ । ଶେଷରେ ସୁନିଲଙ୍କ ପରିବାରଲୋକେ ଏକଥା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ସୁନିଲ । ଯୁବତୀଙ୍କ ଭୂମିକା ସନ୍ଦେହଜନକ ରହିଥିବାରୁ ପୋଲିସ ସେ ଦିଗରେ ତଦନ୍ତ ଆରମ୍ଭ କରିଦେଇଛି ।

ସମ୍ବନ୍ଧିତ ଖବର