ଭୁବନେଶ୍ବର : ‌ଅଗଷ୍ଟ ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଡିପ୍ଲୋମା ଶେଷ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେଇପାରିବେ। ପରୀକ୍ଷା ଲାଗି ପ୍ରତି ଜିଲ୍ଲାରେ ସର୍ବନିମ୍ନ ଗୋଟିଏ ପରୀକ୍ଷା କେନ୍ଦ୍ର ରହିବ। ଏସ୍‌ସିଟିଇ ଆଣ୍ଡ ଭିଟି ୱେବସାଇଟ୍‌ରେ ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ।

Advertisment

ଅବଧି ଦୁଇ ଘଣ୍ଟାର ଅନ୍‌ଲାଇନ୍‌ ଥିଓରି ପରୀକ୍ଷା ଏମ୍‌ସିକ୍ୟୁ ପାଟର୍ନରେ ହେବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ପୂର୍ବ ସେମିଷ୍ଟାରର ପ୍ରାକ୍ଟିକାଲ ମାର୍କକୁ ଆଧାର କରି ପ୍ରାକ୍ଟିକାଲ ମାର୍କ ଦିଆଯିବ। ଯେଉଁମାନେ ଅନ୍‌ଲାଇନ୍‌ ପରୀକ୍ଷା ନ ଦେବେ ଓ ବ୍ୟାକ୍‌ ପେପର ନ ଥିବ ସେମାନେ ବିକଳ୍ପ ମାର୍କିଂ ପାଇଁ ଚଏସ୍‌ ଦେଇପାରିବେ। ସେମାନଙ୍କୁ ୩ୟ, ୪ର୍ଥ ଓ ୫ମ ସେମିଷ୍ଟାର ମଧ୍ୟରୁ ଭଲ ହୋଇଥିବା ଦୁଇ ସେମିଷ୍ଟାର ମାର୍କର ହାରାହାରି ବାହାର କରାଯାଇ ୬ଷ୍ଠ ସେମିଷ୍ଟାରରେ ଦିଆଯିବ। ତେବେ ଯେଉଁମାନେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ ସେମାନଙ୍କର ଅନ୍‌ଲାଇନ୍‌ ମାର୍କ ଅଧିକ ରହିଲେ ତାହାକୁ ବିଚାରକୁ ନିଆଯିବ। ଏହି ନିୟମ ସମସ୍ତ ଥିଓରି ପେପର୍‌ ପାଇଁ ଲାଗୁ ହେବ। ଯିଏ ଅନ୍‌ଲାଇନ୍‌ ପରୀକ୍ଷା ଦେବ ସେ ସମସ୍ତ ପେପର୍‌ରେ ଅନ୍‌ଲାଇନ୍‌ରେ ହିଁ ଦେବେ। ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ଦେବାର ପଦ୍ଧତି ସମ୍ପର୍କରେ ଛାତ୍ରଛାତ୍ରୀ ଏସ୍‌ସିଟିଇ ଆଣ୍ଡ ଭିଟି ୱେବସାଇଟ୍‌ରେ ଅପ୍‌ସପ୍‌ ପୂରଣ କରିପାରିବେ।