ଭୁବନେଶ୍ବର : ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଟିଜି ଶିକ୍ଷକ ଓ ତେଲଗୁ ଶିକ୍ଷକ ପଦରେ ନିଯୁକ୍ତି ନିମନ୍ତେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନ୍ଲାଇନ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୨୫ରୁ ୨୮ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୨୫ତାରିଖରେ ଟିଜିଟି- ପିଜିଏମ୍, ୨୬ରେ ଟିଜିଟି-ସିବିଜେଡ୍, ୨୭ ଓ ୨୮ ତାରିଖରେ ଟିଜିଟି ଆର୍ଟସ ପଦ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଆସନ୍ତା ୧୬ ତାରିଖରୁ ପ୍ରାର୍ଥୀମାନେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଏନେଇ ଆଜି ସନ୍ଧ୍ୟାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଭାଗୀୟ ଅଧିକାରୀଙ୍କ ସମେତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର ଉପସ୍ଥିତ ଥିଲେ। ପରୀକ୍ଷାର ବିଶଦ୍ କାର୍ଯ୍ୟସୂଚୀ ଶୁକ୍ରବାର ୱେବ୍ସାଇଟ୍ରେ ପ୍ରକାଶିତ ହେବ।
ଟିଜି ଶିକ୍ଷକ ନିଯୁକ୍ତି ପାଇଁ ୨୫ରୁ ଅନ୍ଲାଇନ୍ ପରୀକ୍ଷା
/sambad/media/post_attachments/wp-content/uploads/2021/02/Secondary_Board_High_School_main_entrance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)