ଭୁବନେଶ୍ୱର: ବର୍ତମାନ ପଞ୍ଜିକୃତ ଦଲିଲର ସାର୍ଟିଫାଏଡ୍ ନକଲ ପାଇଁ ଷ୍ଟାମ୍ପ ପେପର ମାଧ୍ୟମରେ ଫି’ ଦାଖଲ କରିବାକୁ ପଡ଼ୁଛି। ତେବେ ଏଥିରେ ପରିବର୍ତନ ଆଣିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ଏଣିକି ଦଲିଲର ନକଲ ପାଇବା ପାଇଁ ଷ୍ଟାମ୍ପ ପେପର ପରିବର୍ତେ ଅନ୍ଲାଇନରେ ଫି’ ଦାଖଲ କରିହେବ। ଏଥିପାଇଁ ଓଡ଼ିଶା ଷ୍ଟାମ୍ପ ରୁଲ୍ ୧୯୫୨ରେ ପ୍ରସ୍ତାବିତ ସଂଶୋଧନକୁ ବିଭାଗୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତି ଅନୁମୋଦନ କରିଛନ୍ତି। ଏ ନେଇ ଆଇଜି, ରେଜିଷ୍ଟ୍ରେସନ ତରଫରୁ ଚିଠା ସଂଶୋଧନ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ସଂଶୋଧିତ ନିୟମ ଅନୁଯାୟୀ ନକଲ ପାଇଁ ଆବେଦନକାରୀଙ୍କୁ ଷ୍ଟାମ୍ପ ପେପର ବଦଳରେ ନିର୍ଧାରିତ ହେଡ୍ ଅଫ୍ ଆକାଉଣ୍ଟରେ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ଜରିଆରେ ଧାର୍ଯ୍ୟ ଫି’ ଦାଖଲ କରିବାକୁ ହେବ।
ଏଣିକି ପଞ୍ଜିକୃତ ଦଲିଲର ନକଲ ପାଇଁ ଅନ୍ଲାଇନରେ ଫି’ ଦାଖଲ କରିହେବ
/sambad/media/post_attachments/wp-content/uploads/2017/12/download-2-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)