ଅନ୍‌ଲାଇଇନ୍‌ରେ ଲକ୍ଷେ ଟଙ୍କା ଠକେଇର ଶିକାର ହେଲେ ଭୁବନେଶ୍ୱରର ଛାତ୍ରୀ, ବିକୁ ଥିଲେ ୱାସିଂ ମେସିନ୍‌

ଭୁବନେଶ୍ବର: ସାଇବର ସୈତାନ ଜାଲରେ ବିଟେକ ଛାତ୍ରୀ । ବୋକା ବନାଇ ଲୁଟି ନେଲା ଲକ୍ଷେ ଟଙ୍କା । ମହଙ୍ଗା ପଡିଲା ଓଏଲଏକ୍ସରେ ବିଜ୍ଞାପନ । ଏକ ପୁରୁଣା ୱାସିଂ ମେସିନ ବିକ୍ରି କରିବାକୁ ବିଜ୍ଞାପନ ଦେଇ ହରଡଘଣାରେ ପଡିଛନ୍ତି ଏହି ବିଟେକ ଛାତ୍ରୀ । ଓଏଲଏକ୍ସରେ ବିଜ୍ଞାପନ ଦେଖିବା ପରେ ଯୁବତୀଙ୍କୁ ଟାର୍ଗେଟ କରିଥିଲା ସାଇବର ଠକ । ପ୍ରସ୍ତୁତ କରିଦେଇଥିଲା ଟଙ୍କା ଲୁଟର ଷଡଯନ୍ତ୍ର । ପ୍ରଥମେ ୱାଂସିମେସିନ କିଣିବା ପାଇଁ ଗ୍ରାହକ ବନିିଥିଲା । ଆଉ ତାପରେ ଅନଲାଇନରେ ଟଙ୍କା ପଠାଇବା ପାଇଁ କ୍ୟୁ-ଆର କୋଡ ପଠାଇ ଆକାଉଣ୍ଟକୁ ସଫା କରିଦେଇଥିଲା ।

ଆଡମିଶନ ପାଇଁ ବିଟେକ ଛାତ୍ରୀ ରଖିଥିଲେ ଟଙ୍କା । ହେଲେ ଆକାଉଂଟ ସଫା କରିଦେଲା ସାଇବର ଠକ । ମାତ୍ର ୩୦ ମିନିଟ ଭିତରେ ଆକାଉଂଟରୁ ଲକ୍ଷେ ଟଙ୍କା କଟିଯିବା ପରେ ଛାତ୍ରୀ ଜଣକ ସାଇବର ସେଲର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କର ଦାବି ହେଲା, ଅଭିଯୁକ୍ତକୁ ଗିରଫ କର, ଟଙ୍କା ଫେରାଅ ।

ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ କହିବା ହେଲା, ହେଲପ ଡେସ୍କକୁ ଭୁବନେଶ୍ୱରରୁ ୩୬୮ଟି କଲ ଆସିଛି । ଅନଲାଇନରେ ଠକେଇ ହୋଇଛି ୫୨ଲକ୍ଷ ୧୬ ହଜାର । ଉଦ୍ଧାର ହୋଇଛି ୭ଲକ୍ଷ ୧୯ ହଜାର ଟଙ୍କା । ବିଶେଷ କରି ଜମତରା, ଦେଓଘର, ପଶ୍ଚିମବଙ୍ଗ, ବାଂଲାଦେଶ ସୀମାନ୍ତ ଗାଁ, ନୋଇଡା, ରାଜସ୍ଥାନ କେରଳରୁ ଅଧିକ ସାଇବର ଠକ ଅପରେଟ କରୁଛନ୍ତି । ତେଣୁ ସାବଧାନ ରୁହନ୍ତୁ କିଏ ଜାଣେ କାଲି ସକାଳେ ଆପଣଙ୍କୁ ବି ଜାଲରେ ପକାଇବାକୁ ଚେଷ୍ଟା କରିପାରେ ଏହି ସାଇବର ଲୁଟେରା ।

ସମ୍ବନ୍ଧିତ ଖବର