ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗ୍ରୁପ୍-ଏ ଓ ଗ୍ରୁପ୍- ବି ସରକାରୀ ଅଧିକାରୀମାନଙ୍କ ପିଏଆର୍ ଦାଖଲର ସମୟସୀମାକୁ ବୃଦ୍ଧି କରାଯାଇଛି। କରୋନା ମହାମାରୀ ଓ କିଛିଟା ବୈଷୟିକ ତ୍ରୁଟି ଯୋଗୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।
ସରକାରୀ ଅଧିକାରୀମାନେ ସ୍ବତନ୍ତ୍ର ପୋର୍ଟାଲ୍ ‘ହ୍ୟୁମାନ୍ ରିସୋର୍ସେସ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ୍’(ଏଚ୍ଆର୍ଏମ୍ଏସ୍) ମାଧ୍ୟମରେ ଅନ୍ଲାଇନ୍ ପିଏଆର୍ ଦାଖଲ କରିବାକୁ ବ୍ୟବସ୍ଥା କରାଯାଇଛି। ୨୦୧୯-୨୦ ବର୍ଷରୁ ଅନ୍ଲାଇନ୍ ପିଏଆର୍ ଦାଖଲ ବାଧ୍ୟତାମୂଳକ କରାଯାଇଛି। କରୋନା ପାଇଁ ଗତ ଏପ୍ରିଲ୍ ୭ ତାରିଖରେ ପିଏଆର୍ ଦାଖଲ ସମୟସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ତେବେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିରେ ଅଧିକାରୀମାନେ ବ୍ୟସ୍ତ ରହୁଥିବାରୁ ଠିକ୍ ସମୟରେ ପିଏଆର୍ ଦାଖଲ କରିପାରିନାହାନ୍ତି। ଆହୁରି ମଧ୍ୟ କିଛିଟା ବୈଷୟିକ ତ୍ରୁଟି ହେଉଥିବାର ଅଭିଯୋଗ ଆସିଥିଲା। ଏ ସବୁକୁ ବିଚାରକୁ ନେଇ ସରକାର ପିଏଆର୍ ଦାଖଲ ପ୍ରକ୍ରିୟାର ସମୟସୀମାକୁ ବୃଦ୍ଧି କରିଛନ୍ତି। କର୍ମଚାରୀମାନେ ସେଲ୍ଫ୍ ଆପ୍ରାଇଜାଲ୍ ରିପୋର୍ଟ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଦାଖଲ କରିବେ। ତାହାକୁ ସମୀକ୍ଷା କରି କର୍ତ୍ତୃପକ୍ଷ ଡିସେମ୍ବର ୧୫ ତାରିଖ ସୁଦ୍ଧା ପିଏଆର୍ ପ୍ରସ୍ତୁତ କରିବେ। ସମସ୍ତ ରିପୋର୍ଟ ଅନ୍ଲାଇନ୍ ମାଧ୍ୟମରେ ହିଁ ଦାଖଲ କରାଯିବ ବୋଲି ସାଧାରଣ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/images.jpg)
